ପୁରୀ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ । ପିପିପି ମୋଡରେ ପୁରୀରେ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ । ଭୁବନେଶ୍ୱର ସମ୍ ହସ୍ପିଟାଲ ପରିଚାଳନା କରିବ କୋଭିଡ୍ ହସ୍ପିଟାଲ । ୪୦ଟି ଆଇସିୟୁ ସହ ହସ୍ପିଟାଲରେ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିବ।
ହସ୍ପିଟାଲ ନିର୍ମାଣ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେପଟେ ୨୩ ତାରିଖରୁ ଆରଟି-ପିସିଆର ଟେଷ୍ଟିଂ ଅଚଳ ରହିଛି । ଆରଟି-ପିସିଆର ଟେଷ୍ଟିଂ ସେଣ୍ଟରରେ ତ୍ରୁଟି ଯୋଗୁଁ ଅଚଳ ଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।