Masthead

ସରିଲା ଭସାଣି

କଟକ, (ବଡ଼ ଖବର ବ୍ୟୁରୋ): ଭକ୍ତଙ୍କଠାରୁ ମା’ ନେଇଛନ୍ତି ମେଲାଣି । ମା’ଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ଭକ୍ତ । ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଭସାଣି । ଏଥର କରୋନା କଟକଣା ଲାଗି ଅଧିକ ବାଜା, ବାଣ, ସାଜସଜ୍ଜା ଓ ଭକ୍ତଙ୍କ ଭିଡ଼ ନ ଥିଲା । କଟକର ସମସ୍ତ ପୂଜା ମଣ୍ଡପର ମୂର୍ତ୍ତି ବିସର୍ଜନ ହୋଇଛି । କୋଭିଡ୍ ନିୟମ ପାଳନ କରି ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଛି । କଟକ ହେଉଛି ଭାଇଚାରାର ସହର । ପୂଜା ମଣ୍ଡପର ସଦସ୍ୟମାନେ ସରକାରଙ୍କ ଗାଇଡ ଲାଇନକୁ ସମ୍ମାନ ଦେଇ ଭସାଣି କରିଛନ୍ତି ।

କଟକଣାକୁ ମାନିଥିବାରୁ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଟକ ଡିସିପି ପ୍ରତୀକ ସିଂ । କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ଓ ସମ୍ପାଦକ ଭିକାରୀ ଦାସ ସମସ୍ତ ପୂଜା କମିଟି ନିୟମ ମାନି ବିସର୍ଜନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । କରୋନା କଟକଣା ଲାଗି ଚଳିତବର୍ଷ ଫିକା ପଡ଼ିଛି ଭସାଣପର୍ବ । ବିନା ଲାଇଟ୍ ସାଉଣ୍ଡରେ ବିଦାୟ ନେଇଛନ୍ତି ମା’ । ଆସନ୍ତାବର୍ଷ ଅପେକ୍ଷାରେ ଭକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ