Masthead

ପ୍ରସବ ବେଳେ ସ୍ତ୍ରୀ ମୃତ, ଦୁଃଖ ସହି ନପାରି ସ୍ୱାମୀଙ୍କ ଆତ୍ମହତ୍ୟା

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଦାଦନ ଦୁଃଖ ସାମ୍ନାକୁ ଆସିଛି । ଦାଦନ ଯାଇଥିବା ଦମ୍ପତି ପ୍ରସବ ପାଇଁ ଗାଁକୁ ଫେରୁଥିବା ବେଳେ ବାଟରେ ଅପରିପକ୍ବ ଯାଆଁଳା ଶିଶୁ ଜନ୍ମ ହୋଇଥିଲେ । ପ୍ରସବ ସମୟରେ ସ୍ତ୍ରୀଙ୍କର ବିଶାଖାପାଟଣା ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ଵାମୀ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ତାଙ୍କର ଯାଆଁଳା ଶିଶୁ ବିଶାଖାପାଟଣାର ଏକ ଡାକ୍ତରଖାନାରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

କନ୍ଧମାଳ ଜିଲ୍ଲା ବେଳଘର କାଉଗୁଡ଼ାର ଜନ୍ମଞ୍ଜୟ ନାଏକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଟୁଙ୍ଗି ଗାଁର ଉମାଙ୍କୁ ବିବାହ କରି ଘରଜୋଇଁ ହୋଇ ରହିଥିଲେ। ପରେ ଉଭୟ ଦାଦନ ଖଟିବାକୁ କେରଳ ଯାଇଥିଲେ। ଉମାଙ୍କ ପ୍ରସବ ସମୟ ପାଖେଇ ଆସିବାରୁ ଉଭୟ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଷ୍ଟେସନରେ ସ୍ତ୍ରୀ ଉମାଙ୍କ ହଠାତ୍ ପ୍ରସବ ଯନ୍ତ୍ରଣା ହୋଇଥିଲା। ରେଳବାଇ ପୁଲିସ ସହାୟତାରେ ତାଙ୍କୁ ସେଠାକାର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଉମାଙ୍କ ମୃତ୍ୟୁ ହୋଇଯାଇଥିଲା। ଶିଶୁ ଦୁଇ ଜଣ ଗୁରୁତର ହେବାରୁ ସେମାନଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ