Masthead

ପ୍ରସବ ବେଳେ ସ୍ତ୍ରୀ ମୃତ, ଦୁଃଖ ସହି ନପାରି ସ୍ୱାମୀଙ୍କ ଆତ୍ମହତ୍ୟା

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଦାଦନ ଦୁଃଖ ସାମ୍ନାକୁ ଆସିଛି । ଦାଦନ ଯାଇଥିବା ଦମ୍ପତି ପ୍ରସବ ପାଇଁ ଗାଁକୁ ଫେରୁଥିବା ବେଳେ ବାଟରେ ଅପରିପକ୍ବ ଯାଆଁଳା ଶିଶୁ ଜନ୍ମ ହୋଇଥିଲେ । ପ୍ରସବ ସମୟରେ ସ୍ତ୍ରୀଙ୍କର ବିଶାଖାପାଟଣା ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ଵାମୀ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ତାଙ୍କର ଯାଆଁଳା ଶିଶୁ ବିଶାଖାପାଟଣାର ଏକ ଡାକ୍ତରଖାନାରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

କନ୍ଧମାଳ ଜିଲ୍ଲା ବେଳଘର କାଉଗୁଡ଼ାର ଜନ୍ମଞ୍ଜୟ ନାଏକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଟୁଙ୍ଗି ଗାଁର ଉମାଙ୍କୁ ବିବାହ କରି ଘରଜୋଇଁ ହୋଇ ରହିଥିଲେ। ପରେ ଉଭୟ ଦାଦନ ଖଟିବାକୁ କେରଳ ଯାଇଥିଲେ। ଉମାଙ୍କ ପ୍ରସବ ସମୟ ପାଖେଇ ଆସିବାରୁ ଉଭୟ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଷ୍ଟେସନରେ ସ୍ତ୍ରୀ ଉମାଙ୍କ ହଠାତ୍ ପ୍ରସବ ଯନ୍ତ୍ରଣା ହୋଇଥିଲା। ରେଳବାଇ ପୁଲିସ ସହାୟତାରେ ତାଙ୍କୁ ସେଠାକାର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଉମାଙ୍କ ମୃତ୍ୟୁ ହୋଇଯାଇଥିଲା। ଶିଶୁ ଦୁଇ ଜଣ ଗୁରୁତର ହେବାରୁ ସେମାନଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି