Masthead

ଅଖା ଭିତରୁ ଶିଶୁପୁତ୍ର ମୃତଦେହ ଉଦ୍ଧାର

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଅଖା ଭିତରୁ ଶିଶୁପୁତ୍ର ମୃତଦେହ ଉଦ୍ଧାର । ରାୟଗଡ଼ା ବସଷ୍ଟାଣ୍ଡ ସାମ୍ନାରୁ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର କଲେ ସଫେଇ କର୍ମଚାରୀ । ଶିଶୁ ଶରୀରରେ ବାପା ମାଆଙ୍କ ନାଁ ଲେଖାଥିବା ମେଡିକାଲ ସ୍ଲିପ ଲାଗିଛି । ଦଙ୍ଗାସିଲ୍ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶିଶୁର ବାପାମାଆଙ୍କ ନାଁ ଲେଖା ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରମେଶ ମାଝୀ ଦୋରାଗୁଡା ଥାନା ଭାମାନପୁଟ ଙ୍ଗାର ବାସିନ୍ଦା । ଗତ ୧୬ ତାରିଖ ଦିନ ରମେଶ ମାଝୀଙ୍କ ସ୍ତ୍ରୀ ରାଶି ମାଝୀ ନିଜ ଘରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ପୁତ୍ର ସନ୍ତାନ ଜନ୍ମ ହବା ପରେ ରାଶୀଙ୍କ ଯନ୍ତ୍ରଣା ଅଧିକ ହବାରୁ ତାକୁ ଆଣି ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ରାଶୀଙ୍କ ଅନ୍ୟ ଏକ କନ୍ୟା ସନ୍ତାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଇଥିଲେ । ତେବେ ଘରେ ଜନ୍ମ ହୋଇଥିବା ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଡାକ୍ତର କହିବା ପରେ ସେହି ନବଜାତ ଶିଶୁ ପୁତ୍ରକୁ ଅଖାରେ ବାନ୍ଧି ଆଣି ଫିଙ୍ଗିଦେଇଥିଲେ । ଯାହାକି ଆଜି ପୌର ସଫେଇ କର୍ମଚାରୀ ତାହାକୁ ଠାବ କରି ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ମାଆ ଓ କନ୍ୟା ସନ୍ତାନ ଗୁରୁତର ରହିଥିବା ପ୍ରକାଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା