Masthead

ଦିଲ୍ଲୀ ବିସ୍ଫୋରଣ ଘଟଣା : ଏହା ଏକ ଟ୍ରେଲର, ଆଗକୁ ଆହୁରି ଆକ୍ରମଣ ହୋଇପାରେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ଇସ୍ରାଏଲ ଦୂତାବାସ ସାମ୍ନାରେ ବିସ୍ଫୋରଣ ହୋଇଥିଲା । ଘଟଣା ସ୍ଥଳରୁ ଏକ ଲଫାପା ମିଳିଛି । ଏହି ଲଫାପାଟି ଇସ୍ରାଏଲ ଦୂତାବାସ ନାଁରେ ଆସିଥିଲା । ଏହା ଏକ ଟ୍ରେଲର, ଆଗକୁ ଆହୁରି ଆକ୍ରମଣ ହୋଇପାର, ଏଥିରେ ଉଲ୍ଲେଖ କରାଯାଇଛି । ଏହି ଲଫାପାଟି କେଉଁଟାରୁ ଆସିଥିଲା ଏହାକୁ କିଏ ପଠାଇଥିଲା ତାର ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଏହି ଧମକପୂର୍ଣ୍ଣ ଚିଠିରେ ପ୍ରାଣ ହରାଇଥିବା ଇରାନ ସୈନ୍ୟମୁଖ୍ୟ ମେଜର ଜେନେରାଲ କାସିମ୍ ସୁଲେମାନୀର ନାଁ ଲେଖାଯାଇଛି ।

ସୁଲେମାନୀ ଇରାନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର ଥିଲେ । ଆମେରିକା ଏକ ଡ୍ରୋନ ଆକ୍ରମଣରେ ତାକୁ ନିପାତ କରିଥିଲା । ଚିଠିରେ ସୁଲେମାନୀ ବ୍ୟତୀତ ଆଉଜଣଙ୍କ ନାଁ ଲେଖାଯାଇଛି । ଏହା ଏକ ବୈଜ୍ଞାନିକଙ୍କର ନାମ ବୋଲି ଜଣାପଡିଛି । ଏଥିରେ ଇସ୍ରାଏଲ ରାଜଦୂତଙ୍କୁ ସମ୍ବୋଧିତ କରାଯାଇଛି । ପ୍ରତିଶୋଧପରାୟଣ ହୋଇ ଏପରି ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ସ୍ଥାନୀୟ ଅଂଚଳର ସିସିଟିଭି ଫୁଟେଜ ଯାଂଚ କରୁଛି ପୋଲିସ । ଦିଲ୍ଲୀ ସମେତ ଉତ୍ତରପ୍ରଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ