Masthead

ରାଇଘର ବ୍ଲକରେ କରୋନା ସଂକ୍ରମିତ ଚିହ୍ନଟ

ରାଇଘର (ବଡ଼ ଖବର ବ୍ୟୁରୋ):  ଦୀର୍ଘ ଏକ ବର୍ଷ ପରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚାରି ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଅଂଚଳରୁ ଆସି ରାଇଘରରେ ରହୁଥିବା ବେଳେ ଏକ ଦମ୍ପତି ଆନ୍ଧ୍ରରୁ ଫେରିବା ପରେ ସେମାନେ ସଂକ୍ରମିତ ହୋଇଛନ୍ତି । ସବୁଦିନ ଭଳି ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି କିଛି ଲୋକ କରୋନା ପରୀକ୍ଷା କରିଥିଲେ । ୨୫ ଓ ୨୭ ତାରିଖରେ କିଛି ଲୋକଙ୍କ ମଧ୍ୟରୁ ୩ଜଣଙ୍କ ରିପୋର୍ଟରେ କରୋନା ପଜିଟିଭ ଥିବା ଜଣାପଡିଥିଲା ।

ଆଜି ଅଉ ଜଣେ ପଜିଟିଭ ଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଛତିଶଗଡ଼ର ଗରିଆବନ୍ଧ ଅଂଚଳ । ସେ କୌଣସି କାରଣରୁ ଓଡ଼ିଶା ଆସିଥିଲେ । ସେହିଭଳି ଅନ୍ୟ ଦୁଇଜଣ ସ୍ଥାନୀୟ ହାତୀବେନା ଗ୍ରାମର । ଅଊ ଜଣେ ହାଟଭରାଣ୍ଡିର ବୋଲି ଜଣାପଡିଛି । ଏହି ଚାରି ଜଣଙ୍କୁ ଥଣ୍ଡା ଖାସ ହେଉଥିବାରୁ ସେମାନେ କରୋନା ପରୀକ୍ଷା କରାଇଥିଲେ ।

ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସମସ୍ତଙ୍କୁ ଔଷଧ ପ୍ରଦାନ କରାଯିବା ସହ ହୋମ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରାୟ ପ୍ରତ୍ୟେକ ଦିନ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କରାଯାଉଛି । ପ୍ରାୟ ଏକ ବର୍ଷ ହେବ କରୋନା ସଂକ୍ରମିତ ସଂଖ୍ୟା ଶୂନ ଥିଲା । ଏବେ ଦୁଇଦିନ ମଧ୍ୟରେ ଚାରିଜଣ ସଂକ୍ରମିତ ଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି