Masthead

ହିମାଂଶୁଙ୍କ ସଭାକୁ ନେଇ ଚର୍ଚ୍ଚା, ଦ୍ୱନ୍ଦ୍ୱରେ ଭୋଟର

ଧର୍ମଶାଳା (ବଡ଼ ଖବର ବ୍ୟୁରୋ):ଧର୍ମଶାଳା ରାଜନୀତି ଏବେ ଧିରେ ଧିରେ ସରଗରମ ହେବାରେ ଲାଗିଛି। ତିନି ଦଳର ପ୍ରଚାର ପ୍ରସାର ଏବେ ଏବେ ବଢିବାରେ ଲାଗିଛି। ବିଜେପି ଟିକେଟ ପାଇ ଥିବା ସ୍ମୃତି ରେଖା ପହି ଗତ ୨୨ରେ କେବଳ ଗୋଟିଏ ସଧାରଣ ସଭାର ଆୟୋଜନ କରିଥିବା ବେଳେ ସ୍ଵାଧୀନ ଲଢେଇର ଘୋଷଣା କରିଥିବା ହିମାଂଶୁ ଶେଖର ସାହୁ ଚାରି ଚାରିଟି ସଭା କରି ସାରି ବିଜେପି ନେତୃତ୍ବକୁ ଖୋଲା ଆହ୍ବାନ ଦେଇଛନ୍ତି। ଏବେ ବି ସ୍ମୃତିଙ୍କ ଟିକେଟ କାଟି ତାଙ୍କୁ ଟିକେଟ ମିଳିବାର ଆଶା ଛାଡ଼ି ନାହାନ୍ତି ହିମାଂଶୁ। ଗତ ୨୬ରେ ହିମାଂଶୁଙ୍କ କୃଷ୍ଣପଡ଼ା ସଭାରେ ବିଜେପିର ଚିହ୍ନ ପଦ୍ମଫୁଲ ବ୍ୟାନର ପୋଷ୍ଟର କିମ୍ଵା ପତାକା ଦେଖିବାକୁ ମିଳି ନଥିବା ବେଳେ ଲୋକେ ହିମାଂଶୁଙ୍କୁ ଟିକେଟ ମିଳିବ ନାହିଁ ବୋଲି ଧରି ନେଇଥିଲେ।

ଦୁଇ ଦିନ ପରେ ୨୮ତାରିଖ ଜନ ଆଶୀର୍ବାଦ ସଭାରେ ପୁଣି ପଦ୍ମ ଫୁଲ ପତାକା ତଳେ ସଭା କରିଥିବାରୁ ଲୋକଙ୍କ ସନ୍ଦେହ ବଢ଼ୁଛି। ଏପରିକି ଟିକେଟ ଆଶା ଏବେ ବି ବଳବତ୍ତର ଥିବା ତାଙ୍କ ସମର୍ଥକ ମାନଙ୍କ ଠାରୁ ଶୁଣିବା ପରେ ଧର୍ମଶାଳାକୁ ନେଇ ରାଜ୍ୟ ବିଜେପି ଓ କେନ୍ଦ୍ର ନେତୃତ୍ବ କି ପ୍ରକାର ଗୋଟି ଚାଲନା କରୁଛନ୍ତି ତାକୁ ନେ଼ଇ ସନ୍ଦେହ ବଢ଼ି ଚାଲିଛି। ଗୋଟିଏ ପତାକା ତଳେ ବିଜେପି ନେତା ଓ ନେତ୍ରୀଙ୍କ ଭିନ୍ନ ଭିନ୍ନ ସଭା ଶୋଭାଯାତ୍ରା ଏବେ ବିଜେପି ସମର୍ଥକଙ୍କୁ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି। ଅପରପକ୍ଷେ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ଗତକାଲି ହିମାଂଶୁ ସ୍ଵାଧୀନ ଲଢ଼ିଲେ ଆପଣଙ୍କ ପାଇଁ କି ପ୍ରକାର ସମସ୍ୟା ହେବ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ସେ ଯେଉଁ ସଭା କରୁଛନ୍ତି ସେଥିରେ ବିଜେପି ଫୁଲ ଚିହ୍ନ ନଥିଲେ ମଧ୍ୟ ତାଙ୍କ ବ୍ୟାନରକୁ ଦେଖନ୍ତୁ ସେ କାହାକୁ ସମର୍ଥନ କରୁଛନ୍ତି।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାର ଧାରାରେ ଅଛନ୍ତି। ଦଳର କାମ କରୁଛନ୍ତି। ତେଣୁ ସେ ସ୍ଵାଧୀନ ପ୍ରାର୍ଥୀ ହେଲେ ତାଙ୍କ ପାଇଁ କିଛି ସମସ୍ୟା ହେବ ନାହିଁ। ଆଜି ମଧ୍ୟ ହିମାଂଶୁ କହିଛନ୍ତି ମୁଁ ବିଜେପି ବିଚାରଧାରା ଅଛି ଓ ରହିବି। ଏପରି ପରିସ୍ଥିତିରେ ଦଳ ହିମାଂଶୁଙ୍କୁ ନେଇ କି ପ୍ରକାର ପଦକ୍ଷେପ ନେବ ତା ଉପରେ ଏବେ ସମସ୍ତଙ୍କ ନଜର। ଦଳ ବିରୋଧି ଅକ୍ଷା ଦେଇ ଦଳରୁ ବହିଷ୍କାର କରିବ ନା ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ବଦଳାଇବ ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି