Masthead

ଏବେ ଅଧିକ ଜାଗାରେ ଇକୋ ରିଟ୍ରିଟର ମଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ସଫଳ ହୋଇଛି ଇକୋ ରିଟ୍ରିଟ । ସଫଳତା ସ୍ବାଦ ଚାଖିବା ପରେ ରାଜ୍ୟ ସରକାର କରୁଛନ୍ତି ଆଉ କିଛି ନୂଆ ଯୋଜନା । ଇକୋ ରିଟ୍ରିଟକୁ ଅଧିକ ସୁନ୍ଦର ପାଇଁ ନିର୍ମାଣ ହେବ ଆଉ କିଛି କୁଟୀର । ଏହାସହ ରାଜ୍ୟରେ ଆଉ କିଛି ସ୍ଥାନରେ ଇକୋ ରିଟ୍ରିଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇକୋ ରିଟ୍ରିଟ ବିକାଶ ଉପରେ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି । ରାଜ୍ୟର ଶୋଭା ବଢାଉ ଥିବା ଇକୋ ରିଟ୍ରିଟର ଡିଜାଇନକୁ ବଦଳାଇବା ପାଇଁ ଚାଲିଛି ପ୍ରୟାସ ।

ତେବେ ସରକାରଙ୍କ ଏହି ଇକୋ ରିଟ୍ରିଟ କାର୍ଯ୍ୟକ୍ରମକୁ ରାଜ୍ୟ, ରାଜ୍ୟ ବାହାର ତଥା ବିଦେଶ ପର୍ଯ୍ୟଟକ ମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ବର୍ଷସାରା ଇକୋ-ରିଟ୍ରିଟ କାର୍ଯ୍ୟକ୍ରମକୁ ରାଜ୍ୟ ସମ୍ଭାବନାକୁ ବିଚାରକୁ ନେଇ ମୁଖ୍ୟ ଶାସନ ସଚିବ ବାଣିଜ୍ୟରେ ଅଭିଜ୍ଞତା ହାସଲ କରୁଥିବା ପିପିପି କୁଟୀର ଗୁଡିକର ଡିଜାଇନ, ବିକାଶ ଏବଂ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୁଟୀର ସ୍ଥାପନ ପାଇ ରାସ୍ତା,ବିଦ୍ୟୁତ ଏବଂ ଜଳ ଯୋଗାଣ ଭଳି କାର୍ୟ୍ୟକ୍ଷମ ପାଇଁ ସହାୟତା ରାଶି ଏବଂ ଭିତ୍ତିଭୂମ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହା ସହ ବେସରକାରୀ କୁଟୀରଗୁଡିକୁ ଆଇନଗତ ଅନୁମତି ପାଇବା ପାଇଁ ସାହାଯ୍ୟ ଯୋଗାଇ ଦିଆଯିବ ।

ତେବେ ସରକାରୀ ସୂଚନା ଅନୁସାରେ ହୀରାକୁଦ, ବାଲିପୁଟ, ପାରାଦ୍ୱୀପ, ଦାରିଙ୍ଗବାଡି, ପାଟି ସୋନାପୁର ଏବଂ କୋରାପୁଟରେ ଇକୋ ରିଟ୍ରିଟର ଉନ୍ନତି କରଣ କରାଯିବ । ଏହାକୁ ପାଇଲଟ ଆଧାରରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାଜ୍ୟ ପର୍ୟ୍ୟଟନ ଅଧିକାରୀ ବିଶାଲ ଦେବ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଏବଂ କଟକ ବାଲିପୁଟରେ ୬ ଏକର ଜାଗା ଚିହ୍ନଟ ହୋଇଛି । ତେବେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ୟ୍ୟ ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା