Masthead

ଏବେ ଅଧିକ ଜାଗାରେ ଇକୋ ରିଟ୍ରିଟର ମଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ସଫଳ ହୋଇଛି ଇକୋ ରିଟ୍ରିଟ । ସଫଳତା ସ୍ବାଦ ଚାଖିବା ପରେ ରାଜ୍ୟ ସରକାର କରୁଛନ୍ତି ଆଉ କିଛି ନୂଆ ଯୋଜନା । ଇକୋ ରିଟ୍ରିଟକୁ ଅଧିକ ସୁନ୍ଦର ପାଇଁ ନିର୍ମାଣ ହେବ ଆଉ କିଛି କୁଟୀର । ଏହାସହ ରାଜ୍ୟରେ ଆଉ କିଛି ସ୍ଥାନରେ ଇକୋ ରିଟ୍ରିଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇକୋ ରିଟ୍ରିଟ ବିକାଶ ଉପରେ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି । ରାଜ୍ୟର ଶୋଭା ବଢାଉ ଥିବା ଇକୋ ରିଟ୍ରିଟର ଡିଜାଇନକୁ ବଦଳାଇବା ପାଇଁ ଚାଲିଛି ପ୍ରୟାସ ।

ତେବେ ସରକାରଙ୍କ ଏହି ଇକୋ ରିଟ୍ରିଟ କାର୍ଯ୍ୟକ୍ରମକୁ ରାଜ୍ୟ, ରାଜ୍ୟ ବାହାର ତଥା ବିଦେଶ ପର୍ଯ୍ୟଟକ ମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ବର୍ଷସାରା ଇକୋ-ରିଟ୍ରିଟ କାର୍ଯ୍ୟକ୍ରମକୁ ରାଜ୍ୟ ସମ୍ଭାବନାକୁ ବିଚାରକୁ ନେଇ ମୁଖ୍ୟ ଶାସନ ସଚିବ ବାଣିଜ୍ୟରେ ଅଭିଜ୍ଞତା ହାସଲ କରୁଥିବା ପିପିପି କୁଟୀର ଗୁଡିକର ଡିଜାଇନ, ବିକାଶ ଏବଂ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୁଟୀର ସ୍ଥାପନ ପାଇ ରାସ୍ତା,ବିଦ୍ୟୁତ ଏବଂ ଜଳ ଯୋଗାଣ ଭଳି କାର୍ୟ୍ୟକ୍ଷମ ପାଇଁ ସହାୟତା ରାଶି ଏବଂ ଭିତ୍ତିଭୂମ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହା ସହ ବେସରକାରୀ କୁଟୀରଗୁଡିକୁ ଆଇନଗତ ଅନୁମତି ପାଇବା ପାଇଁ ସାହାଯ୍ୟ ଯୋଗାଇ ଦିଆଯିବ ।

ତେବେ ସରକାରୀ ସୂଚନା ଅନୁସାରେ ହୀରାକୁଦ, ବାଲିପୁଟ, ପାରାଦ୍ୱୀପ, ଦାରିଙ୍ଗବାଡି, ପାଟି ସୋନାପୁର ଏବଂ କୋରାପୁଟରେ ଇକୋ ରିଟ୍ରିଟର ଉନ୍ନତି କରଣ କରାଯିବ । ଏହାକୁ ପାଇଲଟ ଆଧାରରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ରାଜ୍ୟ ପର୍ୟ୍ୟଟନ ଅଧିକାରୀ ବିଶାଲ ଦେବ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଏବଂ କଟକ ବାଲିପୁଟରେ ୬ ଏକର ଜାଗା ଚିହ୍ନଟ ହୋଇଛି । ତେବେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ୟ୍ୟ ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!