Masthead

ବିବାହ କରିବେ ଏକତା କପୁର

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିଭି ସିରିଏଲର ଶାଶ୍ ବୋହୂ ସିରିଏଲର ମାଆ ଭାବରେ ଜଣାଶୁଣା ତଥା ଫିଲ୍ମ ନିର୍ମାତା ଏକତା କପୁର । ନିଜ ପିଲା ଦିନର ବନ୍ଧୁଙ୍କୁ ବିବାହ କରିବେ ଏକତା । ଏ କଥା ନିଜେ ଏକତା ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟକରି ଦର୍ଶକଙ୍କୁ ଇସାରା ଦେଇଛନ୍ତି । ତାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ହୋଇଛି ଖୁବ୍ ଭାଇରାଲ । ସମସ୍ତେ ଏକତାଙ୍କ ଏହି ଖବର ଶୁଣି ଏକଦମ ସରପ୍ରାଇଜ । ପ୍ରକୃତରେ ଏକତା କପୁର ତାଙ୍କ ଇନଷ୍ଟା ଆକାଉଣ୍ଟରେ ପିଲାଦିନର ବନ୍ଧୁ ତନବୀର ବୁକବାଲାଙ୍କ ସହ କିଛି ଫଟୋ ସେୟାର କରିଛନ୍ତି ।

 

କ୍ୟାପସନରେ ଲେଖିଛନ୍ତି କି ସେମାନେ ଖୁବ୍ ଶୀଘ୍ର ସେଇଠି ଥିବେ, ସମସ୍ତଙ୍କୁ ଜଲଦି ସେ ବିଷୟରେ ଜଣାଇବେ । କ୍ୟାପସନ ବହୁତ କନଫ୍ୟୁଜିଙ୍ଗ ଥିଲାବେଳେ ଲୋକ ବହୁତ ସରପ୍ରାଇଜ ଏସବୁ ଦେଖି । ସେମାନେ ସତରେ ବାହାହେବେ ନା କିଛି ୱେବସିରିଜ ବିଷୟରେ ସୂଚନା ଦେଇଛନ୍ତି, କେହି ବୁଝିପାରୁନାହାନ୍ତି । ସେପଟେ ତନବୀରଙ୍କ ସେଇ ଫଟୋରେ କମେଣ୍ଟ ଦେଖି ଲୋକଙ୍କ ସନ୍ଦେହ ଆହୁରି ବଢିଯାଇଛି । ସେ ଲେଖିଛନ୍ତି ଯେ ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବାର ସମୟ ଆସିଯାଇଛି । ଏକତା ଓ ତନବୀରଙ୍କ ଫଟୋ ଏବେ ସୋସିଆଲ ମିଡିଆର ମାହୋଲକୁ କରିଛି ଏକଦମ ଗରମାଗରମ । ଚାରିଆଡେ ଦୁହିଁଙ୍କ ବିବାହ ସମ୍ବନ୍ଧକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ହେଲେ ଏକତା କେବଳ ତାଙ୍କର ଓ ତନବୀରଙ୍କର ଫଟୋ ସେୟାର କରିନାହାନ୍ତି, ତାଙ୍କ ସହ ଏକାଧିକ ଟିଭି ସିରିଏଲର ଅଭିନେତ୍ରୀମାନଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ଏକତା ଏବେ ତନବୀର ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ବେଶ ସକ୍ରିୟ। ସେ ଡିଙ୍ଗ୍ ଏଣ୍ଟରଟେମେଣ୍ଟର ଫାଉଣ୍ଡର ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା