Masthead

ଗଡ଼କରୀଙ୍କୁ କୋଭିଡ ପରିଚାଳନା ଦାୟିତ୍ୱ ଦିଆଯାଉ: ସୁବ୍ରମଣିୟମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିଜ ଦଳ ଓ ସରକାର ବିଷୟରେ ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚା ସୃଷ୍ଟି କରୁଥିବା ସୁବ୍ରମଣିୟମ ସ୍ୱାମୀ ଏବେ ପୁଣି ସେମିତି ମନ୍ତବ୍ୟ ଦେଇଥିବା ନଜରକୁ ଆସିଛି । ଭାରତରେ କରୋନା ମୁକାବିଲା ଭାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଦିଆଯାଉ ବୋଲି ସୁବ୍ରମଣିୟମ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, କରୋନାର ତୃତୀୟ ଲହର ପିଲାଙ୍କୁ ଅଧିକ ସଂକ୍ରମିତ କରିପାରେ । ଏହାର ଠୋସ୍ ମୁକାବିଲା ହେବା ଦରକାର ।

ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ଏହାର ପରିଚାଳନା ଦାୟିତ୍ୱ ନୀତିନ ଗଡ଼କରୀଙ୍କୁ ଦିଆଯାଉ । ସେ ଏହା ମଧ୍ୟ ଲେଖିଛନ୍ତି ଯେ, ତାଙ୍କର ସମାଲୋଚନା ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ପିଏମଓ ପ୍ରତି । କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୁହେଁ । ସେହିପରି ଅନ୍ୟ ଏକ ଟ୍ୱିଟରେ ସ୍ୱମୀ ଲେଖିଛନ୍ତି ହର୍ଷବର୍ଦ୍ଧନଙ୍କୁ ଅବାଧ ସ୍ୱାଧୀନତା ଦେବା ଉଚିତ ନୁହେଁ । ସେ ଅତ୍ୟନ୍ତ ଭଲ ହୋଇଥିବାରୁ କର୍ତ୍ତୃତ୍ବ ଜାହିର କରିପାରୁନାହାନ୍ତି । ତେଣୁ ଗଡ଼କରୀଙ୍କୁ ସାମିଲ କରାଗଲେ ହର୍ଷବର୍ଦ୍ଧନ ଆହୁରି ସୁନାମ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ