Masthead

କାହିଁକି ଘୁଞ୍ଚୁଛି ଗମାଙ୍ଗ ପରିବାରର କଂଗ୍ରେସ ବାହୁଡ଼ା?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାହିଁକି ଘୁଞ୍ଚୁଛି ଗମାଙ୍ଗ ପରିବାରର କଂଗ୍ରେସ ବାହୁଡ଼ା? କ’ଣ ଚାଲିଛି ଗିରିଧର ଗମାଙ୍ଗ ଓ ପାର୍ଟି ଭିତରେ ମୂଲଚାଲ? ଲୋକସଭା ଡିମାଣ୍ଡ ପାଖେ ଅଟକିଛି କି ଭେଟରାନଙ୍କ ସପରିବାର ଏଣ୍ଟ୍ରି?କଂଗ୍ରେସ କରୁଣାରୁ ଦିନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଗିରିଧର ଗମାଙ୍ଗ । ରେକର୍ଡଥର ସାଂସଦ ।

ଅବିଭକ୍ତ କୋରାପୁଟର ଅପ୍ରତିଦ୍ଵନ୍ଦୀ ନେତା, ରାଜ୍ୟର ବଡ଼ ଆଦିବାସୀ ଚେହେରା, ସବୁ ମିଳିଥିଲା ହାତ ଚିହ୍ନରୁ । ହେଲେ ଦଳ ଛାଡ଼ି ପୁଅ ସହ କଂଗ୍ରେସର ଏକ ନମ୍ବର ଶତ୍ରୁ ବିଜେପିରେ ମିଶିଗଲେ ଗିରିଧର । ପତ୍ନୀ ହେମା ଗଲେ ବିଜେଡି । ପରେ ବିଜେପି ଛାଡ଼ି ବିଆରଏସରେ ମିଶ୍ରଣ ହେଲା ।

କିନ୍ତୁ ଓଡ଼ିଶାରେ କେସିଆରଙ୍କ ବସ ପାଇଁ ହାଇଦ୍ରାବାଦରୁ ଫୁଏଲ ଆସିଲା ନାହିଁ । ତେଣୁ ଏବେ ଗମାଙ୍ଗ ପରିବାର ପାଖେ ଘରବାହୁଡ଼ା ଛଡ଼ା ବିକଳ୍ପ ନାହିଁ । ହେଲେ କଥା ଅଟକିଛି କୋରାପୁଟ ଲୋକସଭାକୁ ନେଇ । ମିଳିଥିବା ସୂଚନା ଅନୁସାରେ, ଆଗାମୀ ନିର୍ବାଚନ ପାଇଁ ଦୁଇଟି ସିଟ୍ ର ନିର୍ଭର ପ୍ରତିଶୃତି ଚାହୁଁଛି ଗମାଙ୍ଗ ପରିବାର । ଗୋଟେ ପୁଅ ଶିଶିରଙ୍କ ପାଇଁ ରାୟଗଡ଼ା ଜିଲ୍ଲାର ଗୁଣୁପୁର ବିଧାନସଭା ଆସନ । ଅନ୍ୟଟି ବାପା ଗିରିଧରଙ୍କ ପାଇଁ କୋରାପୁଟ ଲୋକସଭା ।

ଯେଉଁଠୁ ସେ ରେକର୍ଡ ବିଜୟ ହାସଲ କରିଛନ୍ତି । ହେଲେ ଏବେ ରାଜନୀତିର ପାଣିପାଗ ଅନେକ ବଦଳିଗଲାଣି । କୋରାପୁଟରୁ ଓଡ଼ିଶାରେ କଂଗ୍ରେସର ଏକମାତ୍ର ସାଂସଦ ଅଛନ୍ତି ସପ୍ତଗିରି ଉଲ୍ଲାକା । ଦଳ ତାଙ୍କୁ ଡିଷ୍ଟର୍ବ କରିବ ନାହିଁ । ତେଣୁ କଂଗ୍ରେସ ଆସିଲେ କେଉଁ ଲୋକସଭାରୁ ଲଢ଼ିବେ ଗିରିଧର? ପ୍ରଦୀପ ମାଝୀ ବିଜେଡି ଯିବା ପରେ ନବରଙ୍ଗପୁର ଲୋକସଭା ପାଇଁ ଦୃଢ଼ ପ୍ରାର୍ଥୀ ଖୋଜୁଛି କଂଗ୍ରେସ । ସେଇଠୁ ଗିରିଧରଙ୍କୁ ଟିକେଟ ଦେବାକୁ ପାର୍ଟି ରାଜିହୋଇପାରେ ।

ତେବେ ଗିରିଧର ପାର୍ଟିରୁ ସବୁ ପାଇ ବି ଦଳ ଛାଡ଼ି ଚାଲି ଯାଇଥିବାରୁ ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ସର୍ତ୍ତ ବା ପ୍ରତିଶ୍ରୁତି ଦେବାକୁ ପାର୍ଟି ଚାହୁଁ ନ ଥିବା ଜଣାପଡ଼ିଛି । ଯଦି ମିଶିବା ଫାଇନାଲ ହୁଏ ଏଆଇସିସି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଦିଲ୍ଲୀରେ ହେବ ମିଶ୍ରଣ ପର୍ବ ।
କିଶନ ବାରାଇଙ୍କ ରିପୋର୍ଟ, ବଡ଼ ଖବର

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି