Masthead

କାହିଁକି ଘୁଞ୍ଚୁଛି ଗମାଙ୍ଗ ପରିବାରର କଂଗ୍ରେସ ବାହୁଡ଼ା?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାହିଁକି ଘୁଞ୍ଚୁଛି ଗମାଙ୍ଗ ପରିବାରର କଂଗ୍ରେସ ବାହୁଡ଼ା? କ’ଣ ଚାଲିଛି ଗିରିଧର ଗମାଙ୍ଗ ଓ ପାର୍ଟି ଭିତରେ ମୂଲଚାଲ? ଲୋକସଭା ଡିମାଣ୍ଡ ପାଖେ ଅଟକିଛି କି ଭେଟରାନଙ୍କ ସପରିବାର ଏଣ୍ଟ୍ରି?କଂଗ୍ରେସ କରୁଣାରୁ ଦିନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଗିରିଧର ଗମାଙ୍ଗ । ରେକର୍ଡଥର ସାଂସଦ ।

ଅବିଭକ୍ତ କୋରାପୁଟର ଅପ୍ରତିଦ୍ଵନ୍ଦୀ ନେତା, ରାଜ୍ୟର ବଡ଼ ଆଦିବାସୀ ଚେହେରା, ସବୁ ମିଳିଥିଲା ହାତ ଚିହ୍ନରୁ । ହେଲେ ଦଳ ଛାଡ଼ି ପୁଅ ସହ କଂଗ୍ରେସର ଏକ ନମ୍ବର ଶତ୍ରୁ ବିଜେପିରେ ମିଶିଗଲେ ଗିରିଧର । ପତ୍ନୀ ହେମା ଗଲେ ବିଜେଡି । ପରେ ବିଜେପି ଛାଡ଼ି ବିଆରଏସରେ ମିଶ୍ରଣ ହେଲା ।

କିନ୍ତୁ ଓଡ଼ିଶାରେ କେସିଆରଙ୍କ ବସ ପାଇଁ ହାଇଦ୍ରାବାଦରୁ ଫୁଏଲ ଆସିଲା ନାହିଁ । ତେଣୁ ଏବେ ଗମାଙ୍ଗ ପରିବାର ପାଖେ ଘରବାହୁଡ଼ା ଛଡ଼ା ବିକଳ୍ପ ନାହିଁ । ହେଲେ କଥା ଅଟକିଛି କୋରାପୁଟ ଲୋକସଭାକୁ ନେଇ । ମିଳିଥିବା ସୂଚନା ଅନୁସାରେ, ଆଗାମୀ ନିର୍ବାଚନ ପାଇଁ ଦୁଇଟି ସିଟ୍ ର ନିର୍ଭର ପ୍ରତିଶୃତି ଚାହୁଁଛି ଗମାଙ୍ଗ ପରିବାର । ଗୋଟେ ପୁଅ ଶିଶିରଙ୍କ ପାଇଁ ରାୟଗଡ଼ା ଜିଲ୍ଲାର ଗୁଣୁପୁର ବିଧାନସଭା ଆସନ । ଅନ୍ୟଟି ବାପା ଗିରିଧରଙ୍କ ପାଇଁ କୋରାପୁଟ ଲୋକସଭା ।

ଯେଉଁଠୁ ସେ ରେକର୍ଡ ବିଜୟ ହାସଲ କରିଛନ୍ତି । ହେଲେ ଏବେ ରାଜନୀତିର ପାଣିପାଗ ଅନେକ ବଦଳିଗଲାଣି । କୋରାପୁଟରୁ ଓଡ଼ିଶାରେ କଂଗ୍ରେସର ଏକମାତ୍ର ସାଂସଦ ଅଛନ୍ତି ସପ୍ତଗିରି ଉଲ୍ଲାକା । ଦଳ ତାଙ୍କୁ ଡିଷ୍ଟର୍ବ କରିବ ନାହିଁ । ତେଣୁ କଂଗ୍ରେସ ଆସିଲେ କେଉଁ ଲୋକସଭାରୁ ଲଢ଼ିବେ ଗିରିଧର? ପ୍ରଦୀପ ମାଝୀ ବିଜେଡି ଯିବା ପରେ ନବରଙ୍ଗପୁର ଲୋକସଭା ପାଇଁ ଦୃଢ଼ ପ୍ରାର୍ଥୀ ଖୋଜୁଛି କଂଗ୍ରେସ । ସେଇଠୁ ଗିରିଧରଙ୍କୁ ଟିକେଟ ଦେବାକୁ ପାର୍ଟି ରାଜିହୋଇପାରେ ।

ତେବେ ଗିରିଧର ପାର୍ଟିରୁ ସବୁ ପାଇ ବି ଦଳ ଛାଡ଼ି ଚାଲି ଯାଇଥିବାରୁ ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ସର୍ତ୍ତ ବା ପ୍ରତିଶ୍ରୁତି ଦେବାକୁ ପାର୍ଟି ଚାହୁଁ ନ ଥିବା ଜଣାପଡ଼ିଛି । ଯଦି ମିଶିବା ଫାଇନାଲ ହୁଏ ଏଆଇସିସି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଦିଲ୍ଲୀରେ ହେବ ମିଶ୍ରଣ ପର୍ବ ।
କିଶନ ବାରାଇଙ୍କ ରିପୋର୍ଟ, ବଡ଼ ଖବର

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ