Masthead

ଜ୍ଞାନବାପୀ ସର୍ଭେରେ ଲାଗିଲା ରୋକ, ୨ ଦିନର କଟକଣା ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଧାରେ ବନ୍ଦ ହେଲା ଜ୍ଞାନବାପୀର ସର୍ଭେ କାର୍ଯ୍ୟ । ୨ ଦିନ ପାଇଁ ଏଥିରେ କଟକଣା ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ଜୁଲାଇ ୨୬ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏକ କଟକଣା ଲଗାଯାଇଛି । ପୂର୍ବରୁ ଏହି ସର୍ବେକ୍ଷଣକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଥିଲା । ଯାହାର ଶୁଣାଣିରେ ଆଜି ଏଭଳି ନିଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସକାଳ ୭ରୁ ଆରମ୍ଭ ହୋଇଥିଲା ସର୍ଭେ । ସର୍ଭେ ଆରମ୍ଭ କରିଥିଲା ଏଏସଆଇ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବା ଏଏସଆଇର ୩୦ ଜଣ ସଦସ୍ୟଙ୍କୁ ନେଇ କରାଯାଇଥିଲା ଏହି ସର୍ଭେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ପ୍ରକିୟାକୁ ତ୍ୱରାନିତ କରାଯାଇଥିଲା । ତେବେ ଏହି ପଦକ୍ଷେପ ଭାରତର ସମସ୍ତ ହିନ୍ଦୁମାନଙ୍କ ପାଇଁ ଗୌରବର ଦିନ ବୋଲି କହିଥିଲେ ହିନ୍ଦୁ ପକ୍ଷର ଆବେଦନକାରୀ ସୋହନ ଲାଲ ଆର୍ଯ୍ୟ । ଦୀର୍ଘ ଦିନ ଧରି ଚାଲିଆସୁଥିଲା ଏହି ବିବାଦ । ଯାହାର ସର୍ଭେ ହିଁ ଏକ ମାତ୍ର ସମାଧାନ ବୋଲି ସେ ମତ ବାଢିଥିଲେ ।

 

ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଂଚଳକୁ ଛାଡି ସର୍ଭେ କରାଯାଇଥିଲା । ସିଲ ହୋଇଥିବା ୱାଜୁଖାନା ଅଂଚଳକୁ ଛାଡ଼ି ଏଏସଆଇ ମସଜିଦ ପରିସରରେ ସର୍ଭେ ହୋଇଥିଲା । ଏନେଇ ଶୁକ୍ରବାର ବାରାଣସୀ ଅଦାଲତ ରାୟ ଦେଇଥିଲେ । ତେବେ ସର୍ଭେ କରାଯାଉଥିବା ବେଳେ ସୁପ୍ରିମ କୋର୍ଟରେ ଆଜି ହୋଇଛି ଏହାର ଶୁଣାଣି । ପୂର୍ବରୁ ଏହି ସର୍ବେକ୍ଷଣକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମସଜିଦ ପରିଚାଳନା କମିଟି ମାମଲା ଦାୟର କରିଥିଲା । ତେବେ ପୂର୍ବରୁ ଏହି ବିଷୟରେ କିଛି କହିବା ଠିକ ହେବନି ବୋଲି କହିଥିଲେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । ପୂର୍ବରୁ ବାରାଣାସୀ ଜିଲ୍ଲା ଦୌରାଜଜ୍ କୋର୍ଟ ଜ୍ଞାନବାପୀ ମସଜିଦରେ ସାଇଂଟିଫିକ ସର୍ଭେ କରିବାକୁ ଅନୁମତି ଦେଇଥିଲେ । ଯାହା ଫଳରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ । ତେବେ ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିଦେ୍ର୍ଦଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ