Masthead

ପାଇଖାନାରେ ଅସହାୟ ସରସ୍ୱତୀ

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ପାଇଖାନା ଘରେ ବୃଦ୍ଧା ସରସ୍ୱତୀ । ଝାଟିମାଟିର ଘର ଭାଙ୍ଗି ଯିବାପରେ ମୁଣ୍ଡ ଗୁଞ୍ଜିବାକୁ ଏହି ବୟସରେ ଗରିବ ସରସ୍ୱତୀ ଆଉ କ’ଣ ବା କରିପାରିଥା’ନ୍ତେ? ଏ ଦୁଃଖଦ ଚିତ୍ର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ପଞ୍ଚାୟତ ବେଦପୁର ଗ୍ରାମର ସରସ୍ୱତୀ ସାହୁଙ୍କ । ଗରିବ କଲ୍ୟାଣ ନାରା ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ସେ ଯୋଜନା ସବୁ ଅନେକ ସ୍ଥାନରେ ବାସ୍ତବ ହିତାଧିକାରୀଙ୍କଠାରୁ ଯୋଜନ ଯୋଜନ ଦୂରରେ ରହୁଥିବା ଅଭିଯୋଗ ହେଉଛି । ଅସହାୟ ବୃଦ୍ଧା ଘର ଖଣ୍ଡିଏ ପାଇଁ ବାର ଦୁଆର ଶୁଣ୍ଡିପିଣ୍ଡା ହେଲା ପରେ ବି କେହି ଶୁଣୁ ନାହାନ୍ତି ତାଙ୍କ ଗୁହାରି । ପରିବାର କହିଲେ ସ୍ୱାମୀ, ଚାରି ପୁଅ, ଚାରି ବୋହୂର ବଡ଼ ସଂସାର । ସ୍ୱାମୀ କଲିକତା ରେ ରହି କାମ ଧନ୍ଦା କରନ୍ତି । ଯାହା ଦୁଇ ପଇସା ରୋଜଗାର ହୁଏ, ସେଥିରେ ପେଟକୁ ନିୟମିତ ଦାନା ଦେବା ବି କଷ୍ଟ । ପୁଅ-ବୋହୂ ବି ବାହାରେ ରହୁଛନ୍ତି ।

ଗତ ଆଠମାସ ହେବ କୋରାନା ଯୋଗୁ ଆର୍ଥିକ ଅବସ୍ଥା ପୂରା ଖରାପ । ସେମାନେ ଘରକୁ ଫେରି ନାହାନ୍ତି । ଯେଉଁ ଖଣ୍ଡିଏ ମାଟି ଘର ଥିଲା ତାହା ସମ୍ପୂର୍ଣ ଭାଙ୍ଗି ମାଟିରେ ମିଶି ଯାଇଛି । ସରସ୍ୱତୀଙ୍କ କହିବା କଥା ନିର୍ବାଚନ ବେଳେ ସରପଞ୍ଚ ଆସିଥିଲେ ଭୋଟ ମାଗିବା ପାଇଁ । ଆଉ ସେତେ ବେଳେ ପ୍ରତିଶ୍ରୁତି ଦେଇଥିଲେ କି ଜିତିଲେ ସବୁ ସାହାଯ୍ୟ କରିବେ କିନ୍ତୁ ଜିତିଲା ପରେ ପ୍ରତିଶ୍ରୁତି ଭୁଲି ଗଲେ । ବୃଦ୍ଧା ଜଣକ ବାର ବାର ନେହୁରା ହେଲେ ମଧ୍ୟ କହୁଛନ୍ତି ଲିଷ୍ଟରେ ନାଁ ଆସିନି । ଅନ୍ତ୍ୟୋଦ୍ୱୟ ଚାଉଳକୁ ଛାଡିଦେଲେ ସରକାରୀ ସହାୟତା ସାତସପନ । ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଖଣ୍ଡିଏ ନାହିଁ । ଶେଷରେ ମୁଣ୍ଡ ଗୁଞ୍ଜିବା ପାଇଁ ପାଇଖାନକୁ ବାଛିନେଇଛି । ସରପଞ୍ଚ ସୁପ୍ରଭା ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେବାରୁ ସେ କହୁଛନ୍ତି ଆମ ଦୃଷ୍ଟିକୁ ଆସିନି । ତେବେ ୧୫ ଦିନ ମଧ୍ୟରେ ଘର ଯୋଗାଇ ଦେବାକୁ ସେ ପ୍ରତିଶୃତି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି