Masthead

ପାଇଖାନାରେ ଅସହାୟ ସରସ୍ୱତୀ

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ପାଇଖାନା ଘରେ ବୃଦ୍ଧା ସରସ୍ୱତୀ । ଝାଟିମାଟିର ଘର ଭାଙ୍ଗି ଯିବାପରେ ମୁଣ୍ଡ ଗୁଞ୍ଜିବାକୁ ଏହି ବୟସରେ ଗରିବ ସରସ୍ୱତୀ ଆଉ କ’ଣ ବା କରିପାରିଥା’ନ୍ତେ? ଏ ଦୁଃଖଦ ଚିତ୍ର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ପଞ୍ଚାୟତ ବେଦପୁର ଗ୍ରାମର ସରସ୍ୱତୀ ସାହୁଙ୍କ । ଗରିବ କଲ୍ୟାଣ ନାରା ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ସେ ଯୋଜନା ସବୁ ଅନେକ ସ୍ଥାନରେ ବାସ୍ତବ ହିତାଧିକାରୀଙ୍କଠାରୁ ଯୋଜନ ଯୋଜନ ଦୂରରେ ରହୁଥିବା ଅଭିଯୋଗ ହେଉଛି । ଅସହାୟ ବୃଦ୍ଧା ଘର ଖଣ୍ଡିଏ ପାଇଁ ବାର ଦୁଆର ଶୁଣ୍ଡିପିଣ୍ଡା ହେଲା ପରେ ବି କେହି ଶୁଣୁ ନାହାନ୍ତି ତାଙ୍କ ଗୁହାରି । ପରିବାର କହିଲେ ସ୍ୱାମୀ, ଚାରି ପୁଅ, ଚାରି ବୋହୂର ବଡ଼ ସଂସାର । ସ୍ୱାମୀ କଲିକତା ରେ ରହି କାମ ଧନ୍ଦା କରନ୍ତି । ଯାହା ଦୁଇ ପଇସା ରୋଜଗାର ହୁଏ, ସେଥିରେ ପେଟକୁ ନିୟମିତ ଦାନା ଦେବା ବି କଷ୍ଟ । ପୁଅ-ବୋହୂ ବି ବାହାରେ ରହୁଛନ୍ତି ।

ଗତ ଆଠମାସ ହେବ କୋରାନା ଯୋଗୁ ଆର୍ଥିକ ଅବସ୍ଥା ପୂରା ଖରାପ । ସେମାନେ ଘରକୁ ଫେରି ନାହାନ୍ତି । ଯେଉଁ ଖଣ୍ଡିଏ ମାଟି ଘର ଥିଲା ତାହା ସମ୍ପୂର୍ଣ ଭାଙ୍ଗି ମାଟିରେ ମିଶି ଯାଇଛି । ସରସ୍ୱତୀଙ୍କ କହିବା କଥା ନିର୍ବାଚନ ବେଳେ ସରପଞ୍ଚ ଆସିଥିଲେ ଭୋଟ ମାଗିବା ପାଇଁ । ଆଉ ସେତେ ବେଳେ ପ୍ରତିଶ୍ରୁତି ଦେଇଥିଲେ କି ଜିତିଲେ ସବୁ ସାହାଯ୍ୟ କରିବେ କିନ୍ତୁ ଜିତିଲା ପରେ ପ୍ରତିଶ୍ରୁତି ଭୁଲି ଗଲେ । ବୃଦ୍ଧା ଜଣକ ବାର ବାର ନେହୁରା ହେଲେ ମଧ୍ୟ କହୁଛନ୍ତି ଲିଷ୍ଟରେ ନାଁ ଆସିନି । ଅନ୍ତ୍ୟୋଦ୍ୱୟ ଚାଉଳକୁ ଛାଡିଦେଲେ ସରକାରୀ ସହାୟତା ସାତସପନ । ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଖଣ୍ଡିଏ ନାହିଁ । ଶେଷରେ ମୁଣ୍ଡ ଗୁଞ୍ଜିବା ପାଇଁ ପାଇଖାନକୁ ବାଛିନେଇଛି । ସରପଞ୍ଚ ସୁପ୍ରଭା ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେବାରୁ ସେ କହୁଛନ୍ତି ଆମ ଦୃଷ୍ଟିକୁ ଆସିନି । ତେବେ ୧୫ ଦିନ ମଧ୍ୟରେ ଘର ଯୋଗାଇ ଦେବାକୁ ସେ ପ୍ରତିଶୃତି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି