Masthead

ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି : ସାଂସଦ ଅପରାଜିତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ କରାନଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି । ଲୋକମାନେ ମୋତେ ନିର୍ବାଚିତ କରିଛନ୍ତି । ସାମ୍ବିଧାନିକ ପଦବୀର ଅପମାନ ହୋଇଛି । ଆଗାମୀ ଦିନରେ ମୁଁ ଆଇନର ସାହାଯ୍ୟ ନେବି । ପୂର୍ବ ବର୍ଷ ମଧ୍ୟ ହୋଇଥିଲା, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି, ସାଂସଦ ଗତଥର କହିଥିଲେ ମନ୍ତ୍ରୀ କ୍ଷମା ମାଗନ୍ତୁ, ହେଲେ ମୁଁ କଣ ପାଇଁ କ୍ଷମା ମାଗିବି । ମୁଁ ପ୍ରତିଷ୍ଠା ଦିବସର ଆୟୋଜକ କି ସୋଂଜକ ନଥିଲି । ମିଡିଆକୁ ବିଭ୍ରାନ୍ତ କରିବା ପାଇଁ ସାଂସଦ ଏହି ସବୁ କଥା କହିଛନ୍ତି । ସାଂସଦ ନାଁକୁ ନେଇ ମୋତେ କାହିଁକି ପ୍ରଶ୍ନ କରାଯାଉଛି ବୋଲି କହିଛନ୍ତି ଅଶୋକ ପଣ୍ଡା । ସେ ଆହୁରି ମଧ୍ୟ କହିଛନ୍ତି ଆଇଗଣିଆ ଅଶୋକ ପଣ୍ଡା ଏରିଆ ହେଲେ ମଧ୍ୟ ମୋ ନାଁ କେଉଁଠି ମଧ୍ୟ ନାହିଁ । କିନ୍ତୁ ସାଂସଦଙ୍କ ବୋର୍ଡ ମରାଯାଇଛି । ମୁଁ କହିବାକୁ ଗଲେ ବହୁତ କଥା ବାହାରିବ । ମୋତେ ପ୍ରୋଭକ କରନ୍ତୁ ନାହିଁ । ବିକାଶକୁ ସ୍ୱାଗତ କରନ୍ତୁ ସାଂସଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ