Masthead

‘ୟାଶ’ ସମୀକ୍ଷା ବୈଠକରେ ଶୁଭେନ୍ଦୁ ଅଧିକାରୀ ଯୋଗଦେଲେ ମୁଁ ଯିବିନାହିଁ ବୋଲି କହିଥିଲେ ଦିଦି!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କମୁନି ମୋଦି ଓ ଦିଦି କଳି । ଦିନକୁ ଦିନ ବଢ଼ିବାରେ ଲାଗିଛି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତିକ୍ତତା । ଦୁହିଁଙ୍କ ତରଫରୁ ଲାଗିରହିଛି ବୟାନବାଜି । ତେବେ ଗତକାଲି ମମତା ବାନାର୍ଜୀ ପ୍ରେସକୁ ଦେଇଥିବା ବିବୃତ୍ତିକୁ ନେଇ ପ୍ରତିକ୍ରିୟା ରଖିଛି କେନ୍ଦ୍ର । ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ଭେଟିବା ବାବଦକୁ ନେଇ ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି କେନ୍ଦ୍ର । ଗତକାଲି ପ୍ରେସ ଆଗରେ ମମତା ବାନାର୍ଜୀ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇ ସେ ବୈଠକକୁ ଯାଇନଥିଲେ । ଯାହାକୁ ମିଥ୍ୟା ବୋଲି କହିଛି କେନ୍ଦ୍ର । କେନ୍ଦ୍ର କହିଛି ଯେ, ବୈଠକ ବାବଦରେ ରାଜ୍ୟ ସରକାରଙ୍କ ସହିତ ପୂର୍ବରୁ ସମସ୍ତ କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମୀକ୍ଷା ବୈଠକରେ ଯୋଗ ଦେଇନଥିଲେ ବୋଲି କୁହାଯାଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କୁ ବିମାନ ବନ୍ଦରରେ ୨୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଲା ବୋଲି ମମତାଙ୍କ ବୟାନ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କେନ୍ଦ୍ର ସରକାର ତାଙ୍କ ଜବାବରେ କହିଛନ୍ତି ।

ସେହିପରି ସୁରକ୍ଷା ପ୍ରୋଟକଲ ଅନୁଯାୟୀ ସବୁକିଛି ନିର୍ଦ୍ଧାରିତ ପ୍ରକ୍ରିୟାରେ ହୋଇଥିଲା । ମମତାଙ୍କର ଅନ୍ୟ ବୈଠକ ଅଛି ବୋଲି କହି ମମତା ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଛାଡ଼ି ପଳାଇଯାଇଥିଲେ । ସେପଟେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କର ମଧ୍ୟ ଏକ ବୟାନ ଆସିଛି । ସେ କହିଛନ୍ତି ଯେ, ସମୀକ୍ଷା ବୈଠକ ପୂର୍ବଦିନ ରାତି ୧୧ଟା ୧୬ମିନିଟରେ ମମତା ବାନାର୍ଜୀ ତାଙ୍କୁ ଫୋନ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯଦି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯୋଗଦେବେ ତେବେ ସେ ଉପସ୍ଥିତ ରହିବେ ନାହିଁ । ତେବେ ଏଭଳି ବ୍ୟବହାର ସଂଘୀୟ ବ୍ୟବସ୍ଥାର ଘୋର ବିରୋଧୀ ବୋଲି ମଧ୍ୟ ରାଜ୍ୟପାଳ କହିଛନ୍ତି । ସେହିପରି କେନ୍ଦ୍ରର ଏକଛତ୍ରବାଦୀ ଶାସନ ବିରୋଧରେ ସମସ୍ତ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ମାନେ ଏକଜୁଟ ହେବାକୁ ମମତା ଆହ୍ୱାନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ