Masthead

ଭାରତର ଲଗାତର ଦ୍ୱିତୀୟ ପରାଜୟ, ୨ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚ ହାରିଲା ଭାରତ । ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚାଲିଥିବା ରମାଞ୍ଚକ ମ୍ୟାଚୁ ନିଜ ନାଁରେ କରିଛି ୱେଷ୍ଟଇଣ୍ଡିଜ। ଭାରତକୁ ୧ ଓଭର ଓ ୨ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ। ଏହି ସିରିଜରେ ଟିମ୍ ଇଣ୍ଡିଆର କ୍ରମାଗତ ଦ୍ୱିତୀୟ ପରାଜୟ ହୋଇଛି। ୱେଷ୍ଟଇଣ୍ଡିଜ୍ ପାଇଁ ନିକୋଲାସ୍ ପୁରାନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ସେ ୪୦ ବଲରେ ୬୭ ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ ବ୍ୟାଟ୍ସମେନ ହେଟମିୟର ୨୨ ବଲରେ ୨୨ ରନ୍ ସଂଗ୍ରହ କରିଥିବା ବେଳେ କ୍ୟାପଟେନ ରୋଭମାନ ପାୱେଲ ୧୯ ଟି ବଲରେ ୨୧ ରନ୍ କରିଥିଲେ। ପ୍ରଥମ ଓଭରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ୨ ଓ୍ୱିକେଟ ନେଇଥିବା ବେଳେ ମୋଟ ୩ ୱିକେଟ୍ ନେଇଥିଲେ।

ସେ ୪ ଓଭରରେ ୩୫ ରନ୍ ଦେଇ ୩ ଓ୍ୱିକେଟ ନେଇଥିଲେ । ସେହିପରି ୪ ଓଭରରେ ୩୪ ରନ୍ ଦେଇ ଅର୍ଶଦୀପ ସିଂ ୧ ୱିକେଟ୍ ନେଇଥିଲେ। ସେହିପରି ରବି ବିଷ୍ଣୁ ୪ ଓଭରରେ ୩୧ ରନ୍ ଦେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୫୨ ରନ୍ ସଂଗ୍ରହ କରି ୭ ୱିକେଟ୍ ହରାଇଥିଲା। ତିଲକ ଭର୍ମା ଚମତ୍କାର ପ୍ରଦର୍ଶନ କରି ୪୧ ବଲରେ ୫୧ ରନ ସ୍କୋର କରିଥିଲେ।

ତିଲକଙ୍କ ଇନିଂସରେ ୫ ଚୌକା ଓ ଗୋଟିଏ ଛକା ଥିଲା। ୨୩ ଟି ବଲରେ ଇଶାନ କିଶନ ୨୭ ରନ ସ୍କୋର କରିଥିଲେ। ଇଶାନଙ୍କ ଇନିଂସରେ ୨ଟି ଚୌକା ଓ ୨ ଛକା ଅନ୍ତର୍ଭୁକ୍ତ ହୋଇଥିଲା। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ୍ କରିଥିବା ବେଳେ ଅକ୍ଷର ପଟେଲ ୧୪ ରନ୍ ସ୍କୋର କରିବା । ଆଜିର ପରାଜୟ ପରେ ଭାରତ ୫ଟିକିଆ ସିରିଜରେ ୦-୨ରେ ପଛରେ ରହିଥିବା ବେଳେ ଶେଷ ୩ଟି ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି