Masthead

ଆଜି ଆଇପିଏଲରେ କୋହଲିଙ୍କୁ ଟକ୍କର ଦେବେ ଏହି ଖେଳାଳି

ଦୁବାଇ(ବଡ଼ ଖବର ବ୍ୟୁରୋ) : ଆଜି ଆଇପିଏଲର ୧୯ତମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବିରାଟ କୋହଲିଙ୍କୁ ଟକ୍କର ଦେବେ ଶ୍ରେୟସ୍ ଆୟର । ଉଭୟ ଦଳ ଆଜି ସେମାନଙ୍କ ପଞ୍ଚମ ମ୍ୟାଚ ଦୁବାଇରେ ଖେଳିବେ । ଗତ ମ୍ୟାଚରେ ବିରାଟ ଧୁଆଁଧାର ବ୍ୟାଟିଂ କରି ଦଳକୁ ବିଜୟ ଭେଟି ଦେଇଥିବା ବେଳେ ଶ୍ରେୟସ୍ ଆୟର ମଧ୍ୟ ଚତ୍ମକାର ବ୍ୟାଟିଂ କରି ଦଳକୁ ବିଜୟ ଭେଟି ଦେଇଥିଲେ । ତେଣୁ ଆଜି ସମସ୍ତଙ୍କ ନଜର ଉଭୟ ଦଳର କ୍ୟାପଟେନଙ୍କ ଉପରେ ରହିବ । ଆଇପିଏଲ ଇତିହାସରେ ଉଭୟ ଦଳ ଏବେ ସୁଦ୍ଧା ୨୩ଟି ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି । ସେଥିମଧ୍ୟରୁ ଆଠଟି ମ୍ୟାଚ ଦିଲ୍ଲୀ ଜିତିଥିବା ବେଳେ ଚଉଦଟି ମ୍ୟାଚ ବାଙ୍ଗାଲୋର ଜିତିଛି ଏବଂ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ବର୍ତ୍ତମାନ ପଏଣ୍ଟେ ଟେବୁଲରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବାଙ୍ଗାଲୋର ତୃତୀୟ ସ୍ଥାନରେ ରହିଛି । ତେବେ ଏହି ମ୍ୟାଚକୁ ଜିତି ଉଭୟ ଦଳ ପଏଣ୍ଟେ ଟେବୁଲରେ ଉପରକୁ ଯିବା ପାଇଁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ