Masthead

ଆପଲ ଫୋନରେ ସ୍ପାଇ ୱେୟାର ବ୍ୟବହାର କରିବା ହେଉଛି ସହଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦି ୱେୟାର ୱେବସାଇଟରେ ଦର୍ଶାଯାଇଛି ଯେ ପେଗାସସ ସ୍ପାଇୱେୟାର ଜରିଆରେ ଫୋନ ନମ୍ବର ଟାର୍ଗେଟ କରାଯାଇଥିବା ନେଇ ଫରେନସିକ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ଆପଲ ଫୋନରେ ଏହି ସ୍ପାଇ ୱେୟାର ବ୍ୟବହାର ସହଜ ହୋଇଥାଏ । ପ୍ୟାରିସସ୍ଥିତ ଫରବିଡେନ ଷ୍ଟୋରିଜ ଓ ଆମେନଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏହି ତଥ୍ୟ ପ୍ରକାଶ ପାଇବା ପରେ ବିଶ୍ୱବ୍ୟାପୀ ଖବର ପ୍ରସାରିତ ହୋଇଛି । କେବଳ ଭାରତ ନୁହେଁ, ଆଜରବୈଜନ, ବାହାରିନ, ହଙ୍ଗେରୀ, କାଜାଖସ୍ତାନ, ମେକ୍ସିକୋ, ରୁଆଣ୍ଡା, ସାଉଦିଆରବ, ମରକୋ, ୟୁଏଇର ମଧ୍ୟ ଅନେକ ଫୋନ ନମ୍ବରକୁ ବି ଟାର୍ଗେଟ କରାଯାଇଛି ।

ସେପଟେ ଏହି ଗୁରୁତର ଅଭିଯୋଗକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଖଣ୍ଡନ କରିଛି । ଫୋନ୍ ଟ୍ୟାପିଂ ବିବାଦକୁ ନେଇ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ଲୋକସଭାରେ ବିବୃତି ରଖିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ହ୍ୟାକିଂ ସହ ତଥ୍ୟ ଚୋରିର କୌଣସି ସମ୍ପର୍କ ନାହିଁ । ଲିକ୍ ହୋଇଥିବା ତଥ୍ୟରୁ ଜଣାପଡ଼ୁନି ତଥ୍ୟ ହ୍ୟାକିଂ ହୋଇଛି । ଫୋନ୍ ଟ୍ୟାପିଂକୁ ନେଇ ସରକାରଙ୍କ ନିୟମ ବେଶ କଠୋର ବୋଲି କହିଛନ୍ତି ବୈଷ୍ଣବ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ କେବଳ ଭୂତେଇବା ଲାଗି ଏଥିରେ କୌଣସି ଦମ୍ ନାହିଁ । ପେଗାସସ୍‌ ସ୍ପାଇୱେୟାରକୁ ନେଇ ହଟଚମଟ ଜାରି ରହିଥିବା ବେଳେ ବିଭିନ୍ନ ଦଳର ସାଂସଦଙ୍କୁ ନେଇ ଗଠିତ ଆଇଟି ଷ୍ଟାଣ୍ଡିଂ କମିଟି ଏ ବିଷୟରେ ଖୋଳତାଡ଼ କରିବ। ଜୁଲାଇ ୨୮ରେ କମିଟିର ବୈଠକ ବସି ପୂରା ଘଟଣା ସଂପର୍କରେ ଖୋଳତାଡ଼ କରାଯିବ। ଏହି କମିଟିର ମୁଖ୍ୟ ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର।

ସବୁ ଘଟଣାକୁ ବୁଝିବା ସହ ପ୍ୟାନେଲ ପକ୍ଷରୁ ସ୍ୱରାଷ୍ଟ୍ର, ଆଇଟି ଓ ଯୋଗାଯୋଗ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବ। ନାଗରିକଙ୍କ ତଥ୍ୟର ସୁରକ୍ଷା ଓ ଗୋପନୀୟତା ସମ୍ପର୍କରେ ଆଇଟି ଷ୍ଟାଣ୍ଡିଂ କମିଟି ଆଲୋଚନା କରିବ। ଆଇଟି, ସ୍ୱରାଷ୍ଟ୍ର ଓ ଯୋଗାଯୋଗ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଡକାଯିବ ବୋଲି କମିଟି ପକ୍ଷରୁ ଗୋଟିଏ ବିବୃତି ଜାରି କରାଯାଇଛି। ୨୦୧୯ରେ ଏହି କମିଟି ହ୍ୱାଟସଆପ୍‌ରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗର ଯାଞ୍ଚ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା