Masthead

ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ରେ ଏକ ବଡ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ପ୍ରାୟ ୧୦ କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ଭୈରମଗଡ଼ ଜଙ୍ଗଲରେ ମାଓବାଦୀମାନେ ଖଞ୍ଜିଥିଲେ ଆଇଇଡି । ତେବେ ସୁରକ୍ଷାବାହିନୀ କୁମ୍ବିଂ ଅପରେସନ କରୁଥିବା ବେଳେ ଅତି ସତର୍କତାର ସହ ମାଓବାଦୀଙ୍କ ଏହି ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି ।

ପରେ ବୋମା ନିଷ୍କ୍ରିୟ ଟିମ୍ ଏହାକୁ ଅତି ସତର୍କତାର ସହ ନିଷ୍କ୍ରିୟ ମଧ୍ୟ କରିଛନ୍ତି । ମାଓନେତା ହିଡମାଙ୍କ ମୃତ୍ୟୁ ପରେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ସାଥି ମାଓବାଦୀମାନେ କରିଥିଲେ ବଡ଼ ଯୋଜନା । ହେଲେ ଏହାକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ । ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି