Masthead

ପ୍ରତ୍ୟେକ ହତ୍ୟାର ଉଦ୍ଦେଶ୍ୟ ଥାଏ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଲେ ନବ ଦାସ ଷଡ଼ଯନ୍ତ୍ର ହତ୍ୟାର ୬୦ ଦିନ ପୂର୍ଣ୍ଣ ହେଲା । ହତ୍ୟାର ଉଦେ୍ଦଶ୍ୟ ଏବଂ ପଛରେ କିଏ ଜଣା ପଡ଼ିଲା ନାହିଁ । ଏଥିରୁ ଓଡ଼ିଶା ପୋଲିସର ପାରିବା ପଣିଆ ଜଣାପଡିଲା । ଘଟଣାକୁ ଚପେଇ ଦେବାକୁ ଚେଷ୍ଟା ହେଉଛି । ପ୍ରତ୍ୟେକ ହତ୍ୟାର ଉଦ୍ଦେଶ୍ୟ ଥାଏ । ଏହା କ୍ରିମିନାଲ କନସିପିରେସି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ କହିଲେ ନାହିଁ । ଜଣେ ଗୋଟେ ଗୋଟେ କଥା କହୁଛନ୍ତି । ରାଜ୍ୟରେ ଏଫବିଆଇ ତଦନ୍ତର ଉଦାହରଣ ନାହିଁ ।

ପ୍ରଶ୍ନର ଉତ୍ତରରେ ସରକାର କହିଥିଲେ, ତେଣୁ ଏହା ଏକ ବିଶ୍ୱସ୍ତରିୟ ହତ୍ୟା ସେଥିପାଇଁ, ବିଶ୍ୱସ୍ତରୀୟ ତଦନ୍ତର ଦାୟିତ୍ୱ ଦେଲେ । ବିଧାନସଭା ସରିଗଲେ କଥାକୁ ଚପାଇ ଦିଆଯିବ । ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି, ପୋଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି । ଏହାର ନିର୍ୟାସ ବାହାରୁ ନାହୁଁ, ଗୃହର ଆବଶ୍ୟକତା କଣ ? କଣ କରିବୁ ଆମେ, ସାଧାରଣ ଜନତା କଣ କରିବେ ବୋଲି ପ୍ରଶ୍ନ କଲେ ଜୟନାରାୟଣ । ଅନେକ ହତ୍ୟା ହେଲାଣି, ବଡ ବଡ଼ ଲୋକଙ୍କ ହାତ ଅଛି । ସେଥିପାଇଁ ସରକାର ତଦନ୍ତ କରିବାକୁ ଚାହୁଁ ନାହାନ୍ତି । ସିବିଆଇ ତଦନ୍ତ ଦାବି ସାଙ୍ଗକୁ ରୁଲିଂ ଦାବି କଲେ ଜୟନାରାଣ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି