Masthead

ଏପଟେ ରାମଲାଲାଙ୍କୁ ଜୀବଦାନ, ସେପଟେ ବୃଦ୍ଧାମାଆଙ୍କ ଖୋଲିବ ବଚନ

ରାଞ୍ଚି (ବଡ଼ ଖବର ବ୍ୟୁରୋ): ଆସନ୍ତା ଜାନୁଆରୀ ୨୨ରେ ହେବ ପ୍ରାଣ ପ୍ରତିଷ୍ଠା । ଆଉ ଏପଟେ ପ୍ରାଣ ପ୍ରତିଷ୍ଠା ହେଉ ହେଉ ମୌନବ୍ରତ ଖୋଲିବେ ମହିଳା । ଶ୍ରୀରାମଙ୍କ ପ୍ରତି ଭକ୍ତି, ପ୍ରେମ, ନିଷ୍ଠା । ୮୫ ବର୍ଷିୟ ମହିଳା ସରସ୍ୱତୀ ଦେବୀ । ଝାଡଖଣ୍ଡର ବାସିନ୍ଦା । ୧୯୯୨ରୁ ଧାରଣ କରିଛନ୍ତି ମୌନବ୍ରତ । ବାବ୍ରି ମସଜିଦ ଭଙ୍ଗା ହେବା ଘଟଣା ଦିନଠୁ ସେ ମୌନ ହୋଇ ରହିଛନ୍ତି । ରାମ ମନ୍ଦିର ନିର୍ମାଣ ସରିବା ପରେ ଯାଇ ମୁଁ ପୁଣି କଥା କହିବି ବୋଲି ସେ ରଖିଥିଲେ ସର୍ତ୍ତ ।

ଧାନବାଦର ନିବାସୀ ସରସ୍ୱତୀ ଦେବୀ ଯାହାଙ୍କୁ ତାଙ୍କ କଲୋନୀର ଲୋକେ ମୌନି ମାତା ଭାବେ ଜାଣନ୍ତି । ଧାନବାଦରୁ ସେ ସୋମବାର ରାତିରେ ଅଯୋଧ୍ୟା ଆସିବାକୁ ଟ୍ରେନରେ ବସିଛନ୍ତି । ଗତ ୩୦ ବର୍ଷ ଧରି ସେ ନିଜ କଥା ଲେଖା ନହେଲେ ଇସାରା କରି ବତାଇଛନ୍ତି। ମୌନବତ୍ର ଧାରଣା କରିଥିଲା ବେଳେ ସେ ଠିକ୍ ଦିନ ୧୨ଟା ବେଳେ ଗୋଟିଏ ଘଣ୍ଟା ପାଇଁ ବ୍ରତ ଭାଙ୍ଗୁଥିଲେ । ହେଲେ ୨୦୨୦ ବେଳୁ ସେ କଥା କହି ନାହାଁନ୍ତି । ଜାନୁଆରୀ ୨୨ ତାରିଖ ଦିନ ଉତ୍ସବ ସ୍ଥଳୀରେ ସରସ୍ୱତୀ ଦେବୀ ମୌନବ୍ରତ ଛାଡିବେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ