Masthead

DRG ଏବଂ CRPF 223 ବାହିନୀର ମିଳିତ ଅପରେସନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ) ସୁକୁମା ଜିଲ୍ଲା ଚିନ୍ତାଗୁଫା ଥାନା ଅନ୍ତର୍ଗତ ତାଡମେଟଲା ଏବଂ ଦୁଲେଡ ଜଙ୍ଗଲରେ ୧୦ରୁ୧୨ଜଣ ନକ୍ସଲଙ୍କ ଉପସ୍ଥିତିର ସୂଚନାକୁ ଆଧାର କରି DRG ଏବଂ CRPF 223 ବାହିନୀ ପକ୍ଷରୁ କରାଯାଇଥିଲା ଏକ ଆଣ୍ଟି-ନକ୍ସାଲ୍ ଅପରେସନ୍। ନକ୍ସଲମାନେ ଲୁଚି ଯବାନଙ୍କ ଉପରକୁ ଲଗାତାର କରିଥିଲେ ଆକ୍ରମଣ। ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।

ଗୁଳି ବିନିମୟ ପରେ ଘଟଣା ସ୍ଥଳରୁ ୨ ପୁରୁଷ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦୁଇ ନକ୍ସଲ ହେଲେ ତାଡମେଟଲା ଗାଁର ସୋଢି ଦେବା ଓ ରବା ଦେବା। ବିଭିନ୍ନ ହତ୍ୟା , ଲୁଣ୍ଠନ , ଅପହରଣ ଭଳି ଘଟଣାରେ ସମ୍ପୃକ୍ତ ଥିଲେ ଏହି ଦୁଇଜଣ । ଘଟଣା ସ୍ଥଳରୁ ଡବଲ ବ୍ୟାରେଲ ରାଇଫଲ ଏବଂ ଗୋଟିଏ ପିସ୍ତଲ ପୁଲିସ ଜବତ କରିଛି। ଘଟଣା ସ୍ଥଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ଯବାନମାନେ ଅପରେସନରୁ ଫେରିଲେ ବିସ୍ତୃତ ସୂଚନା ମିଳିପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ