Masthead

ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷା ଦାୟିତ୍ଵ ପ୍ରଦାନ ଦାବି

କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ପଦଚ୍ୟୁତ ମାମଲା

କର୍ଲାମୁଣ୍ଡା (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିପକ୍ଷରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ପରେ ଅଧ୍ୟକ୍ଷାଙ୍କ ପରାଜୟ ହୋଇଥିବାରୁ ଗତ ୧୨ ତାରିଖଠାରୁ ଅଧ୍ୟକ୍ଷ ପଦବୀ ଖାଲି ରହିଛି । କିନ୍ତୁ ଅଦ୍ୟାବଧି ଉପାଧ୍ୟକ୍ଷଙ୍କୁ ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଇନାହିଁ । ତେଣୁ ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ ଧାରା ୨୦ କ (୩) ଅନୁଯାଇ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କୁ ଅଧ୍ୟକ୍ଷ ଦାୟିତ୍ଵ ଦେବା ପାଇଁ ସମିତି ସଭ୍ୟ,ସଭ୍ୟାମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ସଭ୍ୟାମାନେ କହିଛନ୍ତି ଯେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ଅଫିସ ଆଦେଶ ପତ୍ର ସଂଖ୍ୟା ୫୭୮୨ ତା-୧୨-୧୦-୨୦୨୦ ଅନୁଯାୟୀ ଅଧ୍ୟକ୍ଷା ପଦବୀ ଖାଲି ରହିଛି । ଫଳରେ ପଞ୍ଚାୟତ ସମିତି କାମରେ ବାଧା ସୃଷ୍ଟି ହେଉଛି । ତେଣୁ ସମିତି ଆଇନ ୧୯୫୯ ଧାରା ୨୦ କ (୩) ଅନୁଯାଇ ତୁରନ୍ତ ଉପାଧ୍ୟକ୍ଷଙ୍କୁ ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଉ । ନଚେତ ଏ ଦିଗରେ ପଦକ୍ଷେପ ନନେଲେ ଅନିର୍ଦ୍ଧିଷ୍ଟ କାଳ ପର୍ୟନ୍ତ କର୍ଲାମୁଣ୍ଡା ବ୍ଲକ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଉପାଧ୍ୟକ୍ଷାଙ୍କ ସମେତ ସମିତିସଭ୍ୟ,ସଭ୍ୟାମାନେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ