Masthead

ସଂଗଠନରେ ନମିଶିବାରୁ  ଜୀବନରୁ ମାରିଦେଲେ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ବିଭତ୍ସ, ଅମାନୁଷିକ, ଅମାନବିୟ  । ସଂଗଠନରେ ମିଶିଲେନି ବୋଲି ଘରୁ ଡାକି ନେଇ ଯୁବକଙ୍କୁ ମାରିଦେଲେ  । ଖାଲି ମାରିଲେ ନାହିଁ କେହି ଯେମିତି ନଜାଣିବ ରାତାରାତି ଶବକୁ ମଧ୍ୟ ପୋଡିଦେଲେ  । ଏଭଳି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ  । ରବିବାର ବେଗୁନିଆ ଥାନା ଡିଙ୍ଗର ଅଭିମନ୍ୟୁପୁର ଗାଁରେ ସତ୍ୟବ୍ରତ ନାୟକ ନାମକ ଜଣେ ଯୁବକଙ୍କୁ ଗାଁରେ ମିଟିଂ ଅଛି କହି ଘରୁ ଡାକିନେଇଥିଲେ  ।

ସେଠାରେ ତାଙ୍କୁ ଠେଲାପେଲା କରିବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ  । ତେବେ ଏହା ପରଦିନ ଅର୍ଥାତ ସୋମବାର ରାତିରେ ପୁଣି ମିଟିଂ ଅଛି କହି ଦୁଇଜଣ  ଯୁବକ ସତ୍ୟବ୍ରତଙ୍କୁ ଡାକିଥିଲେ  । ତାଙ୍କୁ ମାନବ ବାଦୀ ସଂଗଠନରେ ମିଶିବା ପାଇଁ ଚାପ ପକାଇଥିଲେ  । ଯେଉଁଥିରେ ରାଜି ହୋଇନଥିଲେ ସତ୍ୟବ୍ରତ  । ଫଳରେ ଯୁବକମାନେ ମିଶି ତାଙ୍କୁ ଜୀବନରୁ ମାରିଦେବା ସହ ଖୋର୍ଦ୍ଧା ଥାନା କରଡ଼ଗଡ଼ିଆ ଗାଁ ଜଙ୍ଗଲରେ ପୋଡିଦେଇଥିଲେ  ।

ଏନେଇ ସତ୍ୟବ୍ରତଙ୍କ ଶଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲାକୁ ଗୁରୁତର ସହ ନେଇ ଏହାର ତଦନ୍ତ କରୁଥିବା ଜଣା ପଡିଛି  । ପୋଲିସ ଘଟଣାସ୍ଥଳରେ ପହଁଚି ପାଉଁଶ ଓ କିଛି ଜିନିଷ ଜବତ କରିଛି  । ଏହି ମାମଲାରେ ପୋଲିସ ୬ଜଣକୁ ଅଟକ ରଖି ପଚରା ଉଚରା କରୁଛି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି