Masthead

ସଂଗଠନରେ ନମିଶିବାରୁ  ଜୀବନରୁ ମାରିଦେଲେ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ବିଭତ୍ସ, ଅମାନୁଷିକ, ଅମାନବିୟ  । ସଂଗଠନରେ ମିଶିଲେନି ବୋଲି ଘରୁ ଡାକି ନେଇ ଯୁବକଙ୍କୁ ମାରିଦେଲେ  । ଖାଲି ମାରିଲେ ନାହିଁ କେହି ଯେମିତି ନଜାଣିବ ରାତାରାତି ଶବକୁ ମଧ୍ୟ ପୋଡିଦେଲେ  । ଏଭଳି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ  । ରବିବାର ବେଗୁନିଆ ଥାନା ଡିଙ୍ଗର ଅଭିମନ୍ୟୁପୁର ଗାଁରେ ସତ୍ୟବ୍ରତ ନାୟକ ନାମକ ଜଣେ ଯୁବକଙ୍କୁ ଗାଁରେ ମିଟିଂ ଅଛି କହି ଘରୁ ଡାକିନେଇଥିଲେ  ।

ସେଠାରେ ତାଙ୍କୁ ଠେଲାପେଲା କରିବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ  । ତେବେ ଏହା ପରଦିନ ଅର୍ଥାତ ସୋମବାର ରାତିରେ ପୁଣି ମିଟିଂ ଅଛି କହି ଦୁଇଜଣ  ଯୁବକ ସତ୍ୟବ୍ରତଙ୍କୁ ଡାକିଥିଲେ  । ତାଙ୍କୁ ମାନବ ବାଦୀ ସଂଗଠନରେ ମିଶିବା ପାଇଁ ଚାପ ପକାଇଥିଲେ  । ଯେଉଁଥିରେ ରାଜି ହୋଇନଥିଲେ ସତ୍ୟବ୍ରତ  । ଫଳରେ ଯୁବକମାନେ ମିଶି ତାଙ୍କୁ ଜୀବନରୁ ମାରିଦେବା ସହ ଖୋର୍ଦ୍ଧା ଥାନା କରଡ଼ଗଡ଼ିଆ ଗାଁ ଜଙ୍ଗଲରେ ପୋଡିଦେଇଥିଲେ  ।

ଏନେଇ ସତ୍ୟବ୍ରତଙ୍କ ଶଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲାକୁ ଗୁରୁତର ସହ ନେଇ ଏହାର ତଦନ୍ତ କରୁଥିବା ଜଣା ପଡିଛି  । ପୋଲିସ ଘଟଣାସ୍ଥଳରେ ପହଁଚି ପାଉଁଶ ଓ କିଛି ଜିନିଷ ଜବତ କରିଛି  । ଏହି ମାମଲାରେ ପୋଲିସ ୬ଜଣକୁ ଅଟକ ରଖି ପଚରା ଉଚରା କରୁଛି  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ