ପାନ୍ କାର୍ଡ ଅର୍ଥାତ୍ Permanent Account Number ହେଉଛି ୧୦ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ କୋର୍ଡ ,ଯାହା ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥାଏ । ଭାରତର ପ୍ରତ୍ୟେକ ନାଗରିକ ତଥା ଏନ୍ଆରଆଇଙ୍କୁ ଏହା ପ୍ରଦାନ କରାଯାଇଥାଏ । ଏଥିରୁ ଇଲେକ୍ଟ୍ରୋନିକ ସିଷ୍ଟମ ଦ୍ୱାରା ସମସ୍ତ ତଥ୍ୟ ଜଣାପଡିଥାଏ । ଇଲେକ୍ଟ୍ରୋନିକ ସିଷ୍ଟମ ମାଧ୍ୟମରେ ପାନ୍ ନମ୍ବରକୁ ଆଧାର କରି ପ୍ରତ୍ୟେକ ବ୍ୟକ୍ତି ନିଜର ଟିକସ ସମ୍ବନ୍ଧୀୟ ସମସ୍ତ ସୁଚନା ପାଇଥାଏ । ଟିକସ ଛାଡକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ । ଏଥିପାଇଁ କିଛି ନିୟମ ରହିଛି । ଜଣେ ବ୍ୟକ୍ତି କିମ୍ବା କଂପାନୀ ଏକରୁ ଅଧିକ ପାନ୍ ନମ୍ବର ରଖିପାରିବେ ନାହିଁ ।
ଏହାସହ ସମାନ ପାନ୍ ନଂ କାହାକୁ ଦିଆଯାଏ ନାର୍ହି । ଏହି କାର୍ଡ଼ ଏଟିଏମ କାର୍ଡ଼ର ଆକାର ସହ ସମାନ । ପାନ୍ କାର୍ଡ଼ କରିବାକୁ ହେଲେ NSDL ୱେବସାଇଟକୁ ଯାଇ ଆବେଦନ କରାଯାଇଥାଏ । ଏଥିରେ ନିଜର ସମସ୍ତ ସୂଚନା ରହିଥାଏ । ବିକଳ୍ପ ଭାବରେ ଆୟକର ବିଭାଗ ଦ୍ୱାରା ଦିଆଯାଇଥିବା ଫର୍ମ ୪୯(କ) ପୂରଣ କରିବାକୁ ପଡ଼ିଥାଏ । ତେବେ ୧୦ ଅଙ୍କ ବିଶିଷ୍ଟ ଏହି ଆଲଫା ନ୍ୟୁମେରିକ କୋର୍ଡ଼ କିଛି ଅଙ୍କ ଓ ସଂଖ୍ୟାକୁ ନେଇ ହୋଇଥାଏ ।
ଏହାକୁ ୫ ଭାଗରେ ବିଭକ୍ତ କରାଯାଇଛି :-
- ପ୍ରଥମ ୩ଟି ଅକ୍ଷର ଆଲଫାବେଟିକ ସିରିଜରେ ରହିଥାଏ ।
- ୪ର୍ଥ ଅକ୍ଷର କାର୍ଡ଼ଧାରୀଙ୍କ ସବିଶେଷ ସୂଚନା ଦେଇଥାଏ ।
- ୫ମ ବ୍ୟକ୍ତିର ଶେଷ ନାମର ପ୍ରଥମ ଅକ୍ଷରକୁ ଦର୍ଶାଯାଇଥାଏ ।
- ପରବର୍ତ୍ତୀ ୪ଟି କ୍ରମିକ ସଂଖ୍ୟା ୦୦୦୧ ରୁ ୯୯୯୯ ମଧ୍ୟରେ ରଖାଯାଇଥାଏ ।
- ଶେଷରେ ଥିବା ଅକ୍ଷର ଯାଞ୍ଚ ପାଇଁ ରହିଥାଏ ।
ଏହାସହ ପାନ୍ କାର୍ଡ଼ ଆବେଦନର ତାରିଖ ଡାହାଣ ପାଖେ ରହିଥାଏ ।