Masthead

ଆଇପିଏଲ ୨୦୨୪ର ଟ୍ରଫି କବ୍‌ଜା କଲା କେକେଆର୍‌

କୋଲକାତା  (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ର ଚାମ୍ପିୟନ ଟ୍ରଫି ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ସନ୍ ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୭ତମ ସଂସ୍କରଣ ନିଜ ନାଁରେ କରିଛି ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର୍ । ଏହି ବିଜୟ ସହ ତୃତୀୟ ଥର ଆଇପିଏଲ ବିଜେତା ବନିଛି କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ପାଟ୍ କିମନ୍ସ ସର୍ବାଧିକ ୨୪ ରନ କରିଥିବା ବେଳେ ମାର୍କ୍ରମ ୨୦ ରନ୍ କରିଥିଲେ। ଦଳ ୧୮ ଓଭର ୩ ବଲରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। କୋଲକାତାର ବୈଭବ ଆରୋରା ୪ଟି ୱିକେଟ୍ ନେଇଥିଲେ। ୧୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଦମଦାର ଓପନିଂ କରିଥିଲା।

ଭେଙ୍କଟେସ୍ ଆୟର ୨୬ ବଲରୁ ଧୂଆଁଧାର ୫୨ ରନ କରିଥିବା ବେଳେ ରେହମାନୁଲ୍ଲା ୩୯ ରନ୍ କରିଥିଲେ। ଦଳ ମାତ୍ର ୧୦ ଓଭର ୩ ବଲରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍‌ ବିଜେତା ହୋଇଥିଲା। ବିଜେତା କେକେଆର୍‌କୁ ଟ୍ରଫି ସହ ୨୦ କୋଟି ଓ ରନର୍‌ଅପ୍‌ ହାଇଦ୍ରାବାଦ୍‌କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସେହିପରି ଚଳିତ ସଂସ୍କରଣରେ ସର୍ବାଧିକ ରନ୍‌ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି ଅରେଞ୍ଜ କ୍ୟାପ୍‌ ଓ ସର୍ବାଧିକ ୱିକେଟ୍‌ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍‌ ପର୍ପଲ୍‌ କ୍ୟାପ୍‌ ପାଇଛନ୍ତି। ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ