ନୂଆପଡା (ବଡ ଖବର ବ୍ୟୁରୋ); ଆମେ ବି ମଣିଷ। ଅଳ୍ପ ଟଙ୍କା ପାଇଁ ଆମେ ଚାକିରୀ କରୁଛୁ। ମିଟର ଭିତରେ ଆମେ ପଶି ନାହୁଁ।ଯାହା ଦେଖିବୁ ତାକୁ ମେସିନରେ ପକେଇବୁ । ମିଟରରେ କିଛି ଭୁଲ ଥିଲେ ଅଧିକାରୀଙ୍କୁ ଜଣାଇବା କଥା , କିନ୍ତୁ ମିଟର ରିଡର ପରି ଜଣେ ଗରିବ କର୍ମଚାରୀ କୁ ହତ୍ୟା କରିବା କେବେବି ଠିକ ନୁହେଁ। ଏମିତି କିଛି କହି ଆଜି ନୂଆପଡା ବିଜୁଳି ବିଭାଗରେ ମିଟର ରିଡର ଚାକିରୀ କରୁଥିବା ଥୁବା କର୍ମଚାରୀମାନେ ପ୍ରତିବାଦ ଓ ଶୋକ ସଭା ପାଳନ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ରେ ଜଣେ ମିଟର ରିଡର କର୍ମଚାରୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ହତ୍ୟା ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ମିଟର ରିଡର କର୍ମଚାରୀ ସଂଘ। ଦୋଷୀ ଉପରେ କାର୍ୟ୍ୟାନୁଷ୍ଠାନ ଓ ତାଙ୍କ ପରିବାରକୁ ସହାୟତାର ଦାବି କରାଯାଇ ଏକ ଶୋକ ସଭା ହୋଇଥିଲା ।