Masthead

‘ଭାରତ ଗରିବ ହୋଇ ରହୁ, ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ମଦୁଆ ହୁଅନ୍ତୁ, ଏହାକୁ ମୁଁ ବରଦାସ୍ତ କରିବି ନାହିଁ ।’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି । ଏହି ଅବସରରେ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଗାନ୍ଧୀ ଜଣେ ବ୍ୟକ୍ତି ନୁହଁନ୍ତି, ଏକ ବିଚାର । ଗାନ୍ଧୀ ଆସିଥିଲେ ମାନେ ଗାନ୍ଧୀଙ୍କ ବିଚାର ଆସିଥିଲା । ମଦ ବିଷୟରେ ଗାନ୍ଧୀ କହିଥିଲେ, “ଭାରତ ଗରୀବ ହୋଇ ରହୁ, ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ, ଏହାକୁ ମୁଁ ବରଦାସ୍ତ କରିବି ନାହିଁ ।”(ୟଙ୍ଗ ଇଣ୍ଡିଆ. ୧୫.୦୯.୧୯୨୭) ।

ରାଜ୍ୟ ସରକାର ମଦ ଟିକସ କିପରି ବଢିବ, ଲୋକେ କିପରି ଅଧିକ ମଦୁଆ ହେବେ, ଯିଏ ଅଧିକ ମଦ ବିକିବ ତାକୁ ପୁରସ୍କାର ଦେବେ ସେହି ନୀତିରେ ଚାଲୁଛନ୍ତି । ଏହା ଗାନ୍ଧୀଜୀଙ୍କ ପ୍ରତି କି ପ୍ରକାର ଶ୍ରଦ୍ଧାଞ୍ଜଳି ? ଓଡିଶା ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଗୋହତ୍ୟା ନିରୋଧ ଆଇନ ଆସିଥିଲା । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଗୋଚାଲାଣ ଓଡିଶାରୁ ହିଁ ହେଉଛି । ପ୍ରତିଦିନ ଗୋଚାଲାଣର ଖବର ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରୁଛି ।

ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଗୋରକ୍ଷାକୁ ନେଇ ମହାତ୍ମାଙ୍କ ବିଚାର କଣ ଥିଲା ? ଗାନ୍ଧୀ କହିଥିଲେ, “ମୁଁ ଗାଈକୁ ପୂଜା କରେ ଓ ତାର ପୂଜାର ସମର୍ଥନ କରିବା ପାଇଁ ସମଗ୍ର ବିଶ୍ୱର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । (ୟଙ୍ଗ ଇଣ୍ଡିଆ ୧-୧-୧୯୨୫) ରାଜ୍ୟରେ ଇଂରାଜୀ ଭାଷାରେ ସରକାରୀ କାମ ହେଉଛି । ଓଡିଶାରେ ଓଡିଆ ଭାଷା ଅଣଦେଖା ହେଉଛି । ଗାନ୍ଧୀଜୀ କହିଥିଲେ ଯେ – “ଇଂରାଜୀ ବିନା ଆମର କାମ ଚଳି ପାରିବ ନାହିଁ ବୋଲି ଆମେ ଯାହା ଭାବୁଛେ, ତାହା ଆମର ମାନସିକ ଦାସତ୍ୱର ପ୍ରତିଫଳନ ଅଟେ । ଏହି ପରାଜୟବାଦକୁ ମୁଁ କେବେ ହେଲେ ସମର୍ଥନ କରି ପାରିବି ନାହିଁ ।”(ହରିଜନ, ୨୫.୦୮.୧୯୪୬)

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?