Masthead

ମଦ ପିଉଛନ୍ତି କି ? ସାବଧାନ ! ତାହା ମଦ ନୁହେଁ ବିଷ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆପଣ ମଦ ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆପଣ ପିଉଥିବା ମଦ ମଦ ନୁହେଁ ବରଂ ବିଷ। ଏ କଥା ଆମେକ କହୁନୁ, କହୁଛନ୍ତି ଖୋଦ ଦେଶର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି। ରାଜ୍ୟରେ ବିକ୍ରି ହେଉଥିବା ଦେଶୀ ମଦ ଏକ ପ୍ରକାର ବିଷ। ଏହି ମଦ ମଣିଷ ପିଇବା ଯୋଗ୍ୟ ନୁହେଁ। ମଦ ପ୍ରସ୍ତୁତି ଓ ବେପାରର ଅଡିଟ କରିବା ପରେ ଏପରି ତଥ୍ୟ ରଖିଛନ୍ତି ସିଏଜି। ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିଲା ସିଏଜି ରିପୋର୍ଟ। ସେଥିରେ ଉଲ୍ଲେଖ ରହିଛି ଯେ ୨୦୧୭ ଅବକାରୀ ରୁଲ ୨୩୦(୯) ଅନୁଯାୟୀ, ପ୍ରତି ମଦ ପ୍ରସ୍ତୁତି ବେଳେ ବିଭାଗୀୟ ଅଧିକାରୀ ପୋଟାସିୟମ ଫେରୋ ସାଇନାଇଡ ଟେଷ୍ଟ କରିବାକୁ ବାଧ୍ୟ।

ଏହି ଟେଷ୍ଟ ବିନା କୌଣସି ମଦ ପ୍ରସ୍ତୁତ କରାଯାଇପାରିବ ନାହିଁ। ଏହି ଟେଷ୍ଟ ଦ୍ୱାରା ଡିଷ୍ଟିଲ୍ଡ ସ୍ପିରିଟରେ ଲୌହ (ଆଇରନ) ଓ କପର (ତମ୍ବା) ମାତ୍ରା ସ୍ପଷ୍ଟ ହୋଇଥାଏ। ଯଦି ସ୍ପିରିଟରେ ଏହି ସବୁ ଧାତୁର ମାତ୍ର ଅଧିକ ରହେ, ତେବେ ତାହା ମଣିଷ ସ୍ୱାସ୍ଥ୍ୟ ପାଇଁ ହାନିକରାକ। ଯଦି କୌଣସି ଡିଷ୍ଟିଲ୍ଡ ସ୍ପିରିଟରେ ଅଧିକ ମାତ୍ରାରେ ଲୌହ ମିଳେ, ତେବେ ସେହି ସ୍ପିରିଟକୁ ଲ୍ୟାବ ଟେଷ୍ଟ ପାଇଁ ପଠାଯିବା କଥା। ମାତ୍ର ରାଜ୍ୟରେ ଥିବା ୮୩ଟି ମଦ ପ୍ରସ୍ତୁତି କମ୍ପାନୀରେ ଏହି ଟେଷ୍ଟ ୨୦୧୫-୧୬ରୁ ୨୦୧୭-୧୮ ମଧ୍ୟରେ ଆଦୌ କରାଯାଇ ନାହିଁ। ଫଳରେ ଏହି ସମୟରେ ପ୍ରସ୍ତୁତ ମଦ ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ ବି ଥାଇପାରେ ବୋଲି ସିଏଜି ଦର୍ଶାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି