Masthead

ମଦ ପିଉଛନ୍ତି କି ? ସାବଧାନ ! ତାହା ମଦ ନୁହେଁ ବିଷ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆପଣ ମଦ ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆପଣ ପିଉଥିବା ମଦ ମଦ ନୁହେଁ ବରଂ ବିଷ। ଏ କଥା ଆମେକ କହୁନୁ, କହୁଛନ୍ତି ଖୋଦ ଦେଶର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି। ରାଜ୍ୟରେ ବିକ୍ରି ହେଉଥିବା ଦେଶୀ ମଦ ଏକ ପ୍ରକାର ବିଷ। ଏହି ମଦ ମଣିଷ ପିଇବା ଯୋଗ୍ୟ ନୁହେଁ। ମଦ ପ୍ରସ୍ତୁତି ଓ ବେପାରର ଅଡିଟ କରିବା ପରେ ଏପରି ତଥ୍ୟ ରଖିଛନ୍ତି ସିଏଜି। ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିଲା ସିଏଜି ରିପୋର୍ଟ। ସେଥିରେ ଉଲ୍ଲେଖ ରହିଛି ଯେ ୨୦୧୭ ଅବକାରୀ ରୁଲ ୨୩୦(୯) ଅନୁଯାୟୀ, ପ୍ରତି ମଦ ପ୍ରସ୍ତୁତି ବେଳେ ବିଭାଗୀୟ ଅଧିକାରୀ ପୋଟାସିୟମ ଫେରୋ ସାଇନାଇଡ ଟେଷ୍ଟ କରିବାକୁ ବାଧ୍ୟ।

ଏହି ଟେଷ୍ଟ ବିନା କୌଣସି ମଦ ପ୍ରସ୍ତୁତ କରାଯାଇପାରିବ ନାହିଁ। ଏହି ଟେଷ୍ଟ ଦ୍ୱାରା ଡିଷ୍ଟିଲ୍ଡ ସ୍ପିରିଟରେ ଲୌହ (ଆଇରନ) ଓ କପର (ତମ୍ବା) ମାତ୍ରା ସ୍ପଷ୍ଟ ହୋଇଥାଏ। ଯଦି ସ୍ପିରିଟରେ ଏହି ସବୁ ଧାତୁର ମାତ୍ର ଅଧିକ ରହେ, ତେବେ ତାହା ମଣିଷ ସ୍ୱାସ୍ଥ୍ୟ ପାଇଁ ହାନିକରାକ। ଯଦି କୌଣସି ଡିଷ୍ଟିଲ୍ଡ ସ୍ପିରିଟରେ ଅଧିକ ମାତ୍ରାରେ ଲୌହ ମିଳେ, ତେବେ ସେହି ସ୍ପିରିଟକୁ ଲ୍ୟାବ ଟେଷ୍ଟ ପାଇଁ ପଠାଯିବା କଥା। ମାତ୍ର ରାଜ୍ୟରେ ଥିବା ୮୩ଟି ମଦ ପ୍ରସ୍ତୁତି କମ୍ପାନୀରେ ଏହି ଟେଷ୍ଟ ୨୦୧୫-୧୬ରୁ ୨୦୧୭-୧୮ ମଧ୍ୟରେ ଆଦୌ କରାଯାଇ ନାହିଁ। ଫଳରେ ଏହି ସମୟରେ ପ୍ରସ୍ତୁତ ମଦ ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ ବି ଥାଇପାରେ ବୋଲି ସିଏଜି ଦର୍ଶାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ