Masthead

‘ଇମ୍ରାନଙ୍କୁ ଘଣ୍ଟାଏ ଭିତରେ ହାଜର କରାଅ’

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂବର୍ତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅବୈଧ ଘୋଷଣା କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏକ ଘଣ୍ଟା ମଧ୍ୟରେ ଅଦାଲତରେ ହାଜର କରିବା ଲାଗି ଜଷ୍ଟିଶ ମିନଲ୍ଲାହ ଗୃହମନ୍ତ୍ରାଳୟକୁ ନିଦେ୍ର୍ଦଶ ଦେଇଛନ୍ତି । ଇମ୍ରାନଙ୍କ ଗିରଫଦାରୀ ପରେ ସମଗ୍ର ପାକିସ୍ତାନକୁୁ ଅଶାନ୍ତ ହୋଇପଡ଼ିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଜଧାନୀ ଇସଲାମବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ଇମ୍ରାନ ଖାନଙ୍କ ଗିରଫର ଦୁଇ ଦିନ ପରେ ମଧ୍ୟ ପାକିସ୍ତାନର ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ପିଟିଆଇ କର୍ମୀ ଓ ସୁରକ୍ଷାବାହିନୀ । ଦୁର୍ନୀତି ମାମଲାରେ ବୁଧବାର ଗିରଫ ହୋଇଥିବା ଇମ୍ରାନ ଖାନଙ୍କୁ ୮ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପାକିସ୍ତାନ ଇତିହାସରେ ଜଣେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀଙ୍କୁ ଅସୌଜନ୍ୟ ଭାବେ ଗିରଫ କରିବା ଏହା ପ୍ରଥମ ।

ଇମ୍ରାନ ଖାନଙ୍କ ତେହରିକ-ଇ-ଇନସାଫ ଦେଶର ବିଭିନ୍ନ ସହରରେ ଚଳାଇଛି ଜୋରଦାର ଆନେ୍ଦାଳନ । ଏପରିକି ପିଟିଆଇ କର୍ମୀମାନେ ଆର୍ମି ହେଡକ୍ୱାଟରକୁ ଧସେଇ ପଶିଛନ୍ତି । ସେମାନେ ଦେଶର ସାମରିକ ବାହିନୀ ମୁଣ୍ଡରେ ଦୋଷ ଲଦିଛନ୍ତି । ଗତବର୍ଷ ଏପ୍ରିଲରେ ମିଲିଟାରୀ ଫୋର୍ସ ଓ ପିଟିଆଇ କର୍ମୀ ମୁହାମୁହିଁ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ