Masthead

ମଣିପୁର ହିଂସା, ଅସ୍ତ୍ରାଗାରରେ ଅସ୍ତ୍ରଶସ୍ତ୍ର ଲୁଟିଲେ ଦୁର୍ବୃତ୍ତ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ଜଳୁଛି ମଣିପୁର । ଥମୁନି ହିଂସା । ଦୁଇ ସମୁଦାୟ କୁକି ଓ ମୈତେଇ ମଧ୍ୟରେ ବିବାଦ ପୁଣିଥରେ ବୃଦ୍ଧି ପାଇଥିବ ଜଣାପଡିଛି । ପୁଣିଥରେ ମଣିପୁରରେ ହିଂସା ଯୋଗୁଁ ଇମ୍ପାଲ ଓ ପଶ୍ଚିମ ଇମ୍ପାଲ ଜିଲ୍ଲାରେ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି । କୁକି ସମୁଦାୟର ଲୋକଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । କିଛି ଲୋକ ବିଷ୍ଣୁପୁର କୱକଟାରେ ଭାରତୀୟ ସେନା ଦ୍ୱାରା ପ୍ରସ୍ତୁତ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରିଥିଲେ । ଏହାପରେ ଗୁରୁବାର ସଂଧ୍ୟାରେ ମଧ୍ୟ ବିଷ୍ଣୁପୁର ଜିଲ୍ଲାରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲୁହବୁହା ଗ୍ୟାସ ସ୍ପ୍ରେ ଓ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ । ଦୁର୍ବୃତ୍ତମାନେ ଅସ୍ତ୍ରାଗାରରେ ପଶି ୨୯୮ ରାଇଫଲ, ୧୬ ପିସ୍ତଲ, ୨୫ ବୁଲେଟ ଫ୍ରୁପ୍ ଜ୍ୟାକେଟ୍, ୧୨୪ ଗ୍ରେନେଡ଼ ଆଦି ବହୁ ଅସ୍ତ୍ର ସମେତ ୧୯ ହଜାରୁ ଅଧିକ ଗୁଳି ଲୁଟି ନେଇଛନ୍ତି ।

ଅନ୍ୟ କିଛି ସ୍ଥାନରେ ଆକ୍ରମଣ କରି ଅସ୍ତ୍ର ଲୁଟିବାକୁ ଚେଷ୍ଟା କରିଥିବାବେଳେ ବିଫଳ ହୋଇଛନ୍ତି । ଅନ୍ୟପଟେ ଅବୈଧ ଭାବେ ପ୍ରସ୍ତୁତ ହୋଇଥିବା କିଛି ବଙ୍କରକୁ ଯବାନମାନେ ନଷ୍ଟ କରିଦେଇଛନ୍ତି । ସେପଟେ ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ହିଂସା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକମାନେ କ୍ବାକଟା ଅଞ୍ଚଳର ମୈତେୟୀ ସମ୍ପ୍ରଦାୟର। ସେମାନେ ଶୋଇଥିବା ସମୟ‌ରେ ସେମାନଙ୍କୁ କୁକି ଉଗ୍ରପନ୍ଥୀମାନେ ଗୁଳିମାଡ଼ କରିଥିଲେ।

ମୈତେୟୀ ସଂପ୍ରଦାୟର ୫୦ରୁ ଅଧିକ ଘର ମଧ୍ୟ ଜାଳି ଦିଆଯାଇଛି। କ୍ବାକଟା ଅଞ୍ଚଳରେ ଏବେ କୁକି ଉଗ୍ରପନ୍ଥୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଜଣେ ମଣିପୁର କମାଣ୍ଡୋଙ୍କ ମୁଣ୍ଡରେ ଗୁଳି ବାଜିଛି। ଆହତ କମାଣ୍ଡୋଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ସଦ୍ୟ ହିଂସା‌ ହେବାପରେ ବିଷ୍ଣୁପୁରରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି