Masthead

କଳାହାଣ୍ଡି, ସିମନବାଡ଼ିରେ ପୁଣି ଲାଗିଲା ମାଓ ପୋଷ୍ଟର

କଳାହାଣ୍ଡି,ବାଲିଗୁଡ଼ା (ବଡ଼ ଖବର ବ୍ୟୁରୋ): ପୁଣି ନିଜର ସ୍ଥିତି ଜାହିର କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରରେ ଲାଗିଲା ମାଓ ପୋଷ୍ଟର। ଏମ୍ ରାମପୁର ଥାନା ଡମ୍ବକରଲାଖୁଣ୍ଟା, ମାଣିକେରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର । କେକେବିଏନ ଡିଭିଜିନାଲ କମିଟି ପକ୍ଷରୁ ଲାଗିଛି ଏହି ମାଓ ପୋଷ୍ଟର। ପୋଲିସ ଇନଫରମର କାମ କରନ୍ତୁ ନାହିଁ। ପୋଲିସ ଓ ଗୁଇନ୍ଦା ଅଫିସର ଭୟ ର ଚାପ ଓ ପ୍ରଲୋଭନରେ ପଡନ୍ତୁ ନାହିଁ। ଗାଁ ଗାଁ ରେ ଥିବା ପୋଲିସ ସୂଚନାଦାତାଙ୍କୁ ଚିହ୍ନଟ କରି ମାଓବାଦୀ ପାର୍ଟିକୁ ସୂଚନା ଦିଅନ୍ତୁ, ପାର୍ଟି ବିରୁଦ୍ଧରେ ଓ ପୋଲିସକୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତିକୁ ବିରୋଧ କରିବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।

ଗତ ୯ତାରିଖ ଦିନ ଏମ୍ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସଆଇଡବ୍ଳୁ ର ଡିଏସପି ଗୁରୁତର ଆହତ ହୋଇଥିଲେ। ପରେ ମାଓବାଦୀମାନେ ରକ୍ତମୁଖା ହୋଇ ପୋଷ୍ଟର ଲଗାଇଥିବା ଆଲୋଚନା ହେଉଛି। ସେପଟେ ଦାରିଙ୍ଗବାଡ଼ି ଥାନ ୫୯ ନମ୍ବର ଜାତୀୟ ରାଜପଥ ସିମନବାଡିର ଟୋଲଗେଟ ଓ ବୁଡ଼ାଗୁଡ଼ା ଛକରେ ଲାଗିଛି ମାଓ ପୋଷ୍ଟର ।

ଏହି ପୋଷ୍ଟରେ ୧୨ଟି ଦାବି ଉପସ୍ଥାପନ କରିବା ସହ ମେ ୮ରୁ ୧୪ ଜୁନ ପର୍ଯ୍ୟନ୍ତ ଅଧିକାର ଅଭିଯାନ ଓ ମେ ୧୫ ତାରିଖ ଦିନ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ବୌଦ୍ଧ, ନୟାଗଡ଼ , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେବେ ହୋଲି ଉଲ୍ଲେଖ ଅଛି । ଆଉ ଏହି ବନ୍ଦ ଡାକରା କୁ ସମର୍ଥନ କରି ଧାରଣା, ଅନ୍ଦୋଲୋନ ଓ ରାସ୍ତାରୋକ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା