Masthead

୫ବର୍ଷରୁ କମ ବର୍ଷର ଶିଶୁଙ୍କ ପାଇଁ ଆବଶ୍ୟକ ନାହିଁ ମାସ୍କ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ପ୍ରକୋପ ଜାରି ରହିଛି । ଏହା ମଧ୍ୟରେ ଦ୍ୱିତୀୟ ଲହର ଯାଉଛି । ଖୁବ ଶୀଘ୍ର ତୃତୀୟ ଲହର ଆସିବ ବୋଲି ମଧ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ଏହି ସମୟରେ ଟିକାକରଣ ମଧ୍ୟ ଜୋରଦାର ଚାଲିଛି । ତୃତୀୟ ଲହରରେ ଶିଶୁଙ୍କ ପାଇଁ ସଙ୍କଟ ଅଧିକ ଥିବାରୁ ଶିଶୁଙ୍କ ଚିକିତ୍ସା ନେଇ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିନରେ ଥିବା ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ହେଲଥ୍ ସର୍ଭିସେସ୍ କହିଛି ଯେ, କରୋନା ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଜରୁରୀ ଗାଇଡଲାଇନ୍ ଜାରି କରାଯାଇଛି ।

ଗାଇଡଲାଇନ୍ ଅନୁସାରେ, ଶିଶୁଙ୍କୁ ରେମେଡିସିଭିର୍ ପ୍ରଦାନ କରାଯିବ ନାହିଁ । ୫ ବର୍ଷ ବା ଏହାଠୁ କମ୍ ବୟସର ଶିଶୁଙ୍କ ମାସ୍କ ଆବଶ୍ୟକ ନାହିଁ । ଏହି ଗାଇଡଲାଇନ୍ ୧୮ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଅଧିକ ସମସ୍ୟା ହେଲେ ଟେଷ୍ଟ କରିବା ଆବଶ୍ୟକ । ଶିଶୁଙ୍କୁ ପାରାସିଟାମଲ୍ ଦିଆଯାଇ ପାରିବ । ଏତତ୍ ବ୍ୟତୀତ ୧୨ ବର୍ଷରୁ ଅଧିକ ବୟସର ଶିଶୁଙ୍କୁ ୬ ମିନଟର ବକ୍ ଟେଷ୍ଟ ପରିବାର ଲୋକେ କରିବେ । ଏହାଦ୍ୱାରା ଫୁସପୁସର ସ୍ଥିତି ଜାମିହେବ । ଯଦି ଏଥିରେ ଅକ୍ସିଜେନ୍ ସ୍ତର ୯୪ ତଳକୁ ରହେ ତାହେଲେ ହସ୍ପିଟାଲରେ ଶିଶୁଙ୍କୁ ପରିବାର ଲୋକେ ଭର୍ତ୍ତି କରିପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି