Masthead

୫ବର୍ଷରୁ କମ ବର୍ଷର ଶିଶୁଙ୍କ ପାଇଁ ଆବଶ୍ୟକ ନାହିଁ ମାସ୍କ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ପ୍ରକୋପ ଜାରି ରହିଛି । ଏହା ମଧ୍ୟରେ ଦ୍ୱିତୀୟ ଲହର ଯାଉଛି । ଖୁବ ଶୀଘ୍ର ତୃତୀୟ ଲହର ଆସିବ ବୋଲି ମଧ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ଏହି ସମୟରେ ଟିକାକରଣ ମଧ୍ୟ ଜୋରଦାର ଚାଲିଛି । ତୃତୀୟ ଲହରରେ ଶିଶୁଙ୍କ ପାଇଁ ସଙ୍କଟ ଅଧିକ ଥିବାରୁ ଶିଶୁଙ୍କ ଚିକିତ୍ସା ନେଇ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିନରେ ଥିବା ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ହେଲଥ୍ ସର୍ଭିସେସ୍ କହିଛି ଯେ, କରୋନା ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଜରୁରୀ ଗାଇଡଲାଇନ୍ ଜାରି କରାଯାଇଛି ।

ଗାଇଡଲାଇନ୍ ଅନୁସାରେ, ଶିଶୁଙ୍କୁ ରେମେଡିସିଭିର୍ ପ୍ରଦାନ କରାଯିବ ନାହିଁ । ୫ ବର୍ଷ ବା ଏହାଠୁ କମ୍ ବୟସର ଶିଶୁଙ୍କ ମାସ୍କ ଆବଶ୍ୟକ ନାହିଁ । ଏହି ଗାଇଡଲାଇନ୍ ୧୮ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଅଧିକ ସମସ୍ୟା ହେଲେ ଟେଷ୍ଟ କରିବା ଆବଶ୍ୟକ । ଶିଶୁଙ୍କୁ ପାରାସିଟାମଲ୍ ଦିଆଯାଇ ପାରିବ । ଏତତ୍ ବ୍ୟତୀତ ୧୨ ବର୍ଷରୁ ଅଧିକ ବୟସର ଶିଶୁଙ୍କୁ ୬ ମିନଟର ବକ୍ ଟେଷ୍ଟ ପରିବାର ଲୋକେ କରିବେ । ଏହାଦ୍ୱାରା ଫୁସପୁସର ସ୍ଥିତି ଜାମିହେବ । ଯଦି ଏଥିରେ ଅକ୍ସିଜେନ୍ ସ୍ତର ୯୪ ତଳକୁ ରହେ ତାହେଲେ ହସ୍ପିଟାଲରେ ଶିଶୁଙ୍କୁ ପରିବାର ଲୋକେ ଭର୍ତ୍ତି କରିପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ