Masthead

ଜମ୍ମୁ-କଶ୍ମୀରରେ ବଡଧରଣର ଆତଙ୍କୀ ହମଲା, ୫ ଯବାନ ସହିଦ

(ବଡ଼ ଖବର ବ୍ୟୁରୋ):   ପୁଣିଥରେ ଜମ୍ମୁ-କଶ୍ମୀରରେ ଏକ ବଡଧରଣର ହମଲା ହୋଇଛି । ଆଜି ଆତଙ୍କବାଦୀମାନେ କରିଥିବା ଆକ୍ରମଣରେ ୫ଜଣ ଯବାନ ନିହତ ହୋଇଥିବା ଜଣାପଡିଛି । ଜମ୍ମୁ-କାଶ୍ମୀରର ପୁଞ୍ଜ ସେକ୍ଟରରେ ଏପରି ଘଟଣା ଘଟିଛି । ଏବେ ବି ସେଠାରେ ଏଭଳି ଆତଙ୍କୀ ହମଲା ଜାରି ରହିଛି । ହମଲା ସମୟରେ କେତେ ଜଣ ଯବାନ ନିହତ ହୋଇଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ ବାନ୍ଦିପୋର ଓ ଅନନ୍ତନାଗରେ ଏନକାଉଣ୍ଟର ହୋଇଥିଲେ । ଏହା ସହ ପୁଞ୍ଜିରେ ମଧ୍ୟ ଆତଙ୍କୀ ବିରୋଧୀ ଅଭିଜାନ ଆରମ୍ଭ ହୋଇଥିଲେ । ସେମାନଙ୍କ ଉପରକୁ ଆତଙ୍କବାଦୀ ଗୁଳିମାଡ କରିବା ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ଗୁଳି ମାଡରେ ଜଣେ ଜେସିଓଙ୍କ ସମେତ ୫ଜଣ ଆହତ ହୋଇଥିଲେ । ପରେ ସେମାନଙ୍କୁ ଏୟାରଲିଫ୍ଟ କରାଯାଇଥିଲା ହେଲେ ସମସ୍ତେ ସହିଦ ହୋଇଥିବା ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ବାନ୍ଦିପୋର ଅନ୍ତର୍ଗତ ହାଜିନ ସ୍ଥିତ ଗୁଣ୍ଡଜାହାଙ୍ଗିରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା । ନିହତ ଆତଙ୍କୀ ଜଣଙ୍କ ଇମତିଆଜ ଦାର । ସେ ଲସ୍କର-ଇ-ତାଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ । ଏହି ଆତଙ୍କୀ ହମଲାରେ ସେ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ