Masthead

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଜରି ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା । ୨୦୨୧ମସିହା ଏପ୍ରିଲ ମାସ ୨୧ତାରିଖରେ ନିଜର ପଡୋଶୀ ବୈକୁଣ୍ଠନାଥ ମଲ୍ଲିକ ଙ୍କ ଘରକୁ ମୋବାଇଲ ଚାର୍ଜ କରିବାକୁ ଯାଇଥିବା ସମୟରେ ଏକୁଟିଆ ପାଇ ବୈକୁଣ୍ଠନାଥ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି ଘଟଣା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବ ବୋଲି ନାବାଳିକାକୁ ଧମକ ଦେଇଥିଲା । ପରେ ନାବାଳିକା ସହ ଏକାଧିବାର ଦୁଷ୍କର୍ମ କରିଥିଲା ।

ଏହି ଘଟଣାକୁ ନେଇ ପୀଡିତା ନାବାଳିକା ବିଂଝାରପୁର ଥାନାରେ ୨୦୨୧ମସିହା ଡିସେମ୍ବର ମାସ ୨୫ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲା । ବିଂଝାରପୁର ଥାନା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଏକ ମୋକଦ୍ଦମା ରୁଜୁ କରିଥିଲା । ଅଭିଯୁକ୍ତ ବୈକୁଣ୍ଠନାଥକୁ ଗିରଫ କରି ଜେଲ ପଠାଇଦେଇଥିଲେ । ବୁଧବାର ଦିନ ଯାଜପୁରର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ୧୮ଜଣଙ୍କ ସାକ୍ଷୀଙ୍କ ସାକ୍ଷକୁ ଭିତ୍ତି କରି ଅଭିଯୁକ୍ତ ବୈକୁଣ୍ଠନାଥକୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପଟେ ନାବାଳିକା ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବାବେଳେ ପୀଡିତା ଓ ତାହାର ପୁତ୍ର ସନ୍ତାନର ଭବିଷ୍ୟତ ପାଇଁ ୭ଲକ୍ଷ୍ ଟଙ୍କା କ୍ଷତି ପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ