Masthead

ମୋଦୀ ଚାହିଁଲେ ଯୁଦ୍ଧ ରୋକି ପାରିବେ: ବାଇଡେନ

ନୂଆଦିଲ୍ଲୀ(ବଡ଼ ଖବେ ବ୍ୟୁରୋ): ଜାରି ରହିଛି ଋୁଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧକୁ ଦୀର୍ଘ ଏକ ବର୍ଷ ହୋଇଗଲାଣି ତଥାପି ଯୁଦ୍ଧରେ ଲାଗୁନି ବ୍ରେକ୍ । ୟୁକ୍ରେନର ପ୍ରାୟ ସବୁ ସହରକୁ ଧ୍ୱଂସ କରିସାରିଲାଣି ଋଷ । ଯୁଦ୍ଧରେ ଅନେକ ଜନସାଧାରଣ ଏବଂ ଉଭୟ ପକ୍ଷର ଯବାନଙ୍କ ଜୀବନ ଗଲାଣି । ତଥାବି ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ବଡ଼ ବୟାନ ଦେଇଛନ୍ତି । ସେ କହିଛି ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଏହି ଯୁଦ୍ଧକୁ ବନ୍ଦ ପାଇଁ ପୁଟିନଙ୍କ ସହ କଥା ହୋଇପାରିବେ । ମୋଦି ଚାହିଁଲେ ପୁଟିନଙ୍କୁ ବୁଝାଇପାରିବେ ।

ଯୁଦ୍ଧକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୁଟିନକୁ ବୁଝାଇବା ଉଚିତ କି? ହ୍ୱାଇଟ୍ ହାଉସ୍ ପ୍ରବକ୍ତା କହିଲେ, ଆମେରିକା ଏପରି ସମସ୍ତ ପ୍ରୟାସକୁ ଆମେରିକା ସମର୍ଥନ କରିବ । ଯେଉଁଥିରେ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି କି ଯୁଦ୍ଧକୁ ରୋକିବା ପାଇଁ ପୁଟିନଙ୍କ ପାଖରେ ଏବେବି ସମୟ ଅଛି । ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ବୁଝାଇପାରିବେ । ଯଦି ଏପରି ହୁଏ ତେବେ ଆମେରିକା ଭାରତର ପ୍ରୟାସକୁ ସ୍ୱାଗତ କରିବ । ୟୁକ୍ରେନରେ ଲୋକଙ୍କର ଯାହାବି ଅବସ୍ଥା ହୋଇଛି ସେଥିପାଇଁ ପୁଟିନ ହିଁ ଦାୟୀ । ତେଣୁ ପୁଟିନ୍ ଚାହିଁଲେ ଏବେ ଯୁଦ୍ଧକୁ ରୋକିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ