Masthead

ଲାଗୁଛି…ପୁଷ୍ପ ବୃଷ୍ଟି ପାଇଁ ସ୍ୱର୍ଗରୁ ଓହ୍ଲାଉଛନ୍ତି ଦେବଗଣ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଚାରିଆଡ଼େ ଖାଲି ଫୁଲର ସବାରୀ । ଫୁଲର ବାସ୍ନାରେ ଚହଟୁଛି ଅଯୋଧ୍ୟା । ଅପେକ୍ଷା କେତେବେଳେ ହେବ ପ୍ରାଣ ପ୍ରତିଷ୍ଠା । କେବେ ଆଖି ଖୋଲିବେ କମଳ ନୟନ । ସମସ୍ତେ ରେଡ଼ି । ଲାଗୁଛି ଯେମିତି ପୁଷ୍ପ ବୃଷ୍ଟି ପାଇଁ ଅଧିର ହେଲେଣି ଦେବଗଣ । ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ରାମ ନଗରୀ । ଚାରିଆଡ଼େ ଜୟ ଶ୍ରୀରାମ ଜୟ ଶ୍ରାରାମ ନାରା । ପ୍ରାଣପ୍ରତିଷ୍ଠା ପୂର୍ବରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି। ଗୁରୁବାର ରାମମନ୍ଦିର ଗର୍ଭଗୃହରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।

ରାମମନ୍ଦିର ଟ୍ରଷ୍ଟି ଅନୀଲ ମିଶ୍ରା ଏବଂ ତାଙ୍କର ସ୍ତ୍ରୀ ଯଜମାନ ଭାବେ ସମସ୍ତ ରୀତିନୀତି ସମ୍ପନ୍ନ କରୁଥିବା ବେଳେ ଅଶୋକ ସଂଘଲ ଫାଉଣ୍ଡେଶନର ମହେଶ ଚାନ୍ଦଭାଗ୍‌କା ସହଯୋଗ କରୁଛନ୍ତି। ପ୍ରଥମେ ଭଗବାନ ଗଣେଶଙ୍କ ପୂଜା ପରେ ଭଗବାନ ରାମଙ୍କ ମହାପୂଜା ହେବା ସହ ମନ୍ତ୍ର ଓ ଶ୍ଳୋକ ଆବୃତ୍ତି କରାଯାଇଥିଲା। ସେପଟେ ରାମନଗରୀରେ ସନାତନ ସଂସ୍କୃତିର ଏହି ସୁବର୍ଣ୍ଣ ସମୟର ସାକ୍ଷୀ ହେବାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ ସେଠାରେ ପ୍ରାୟ ସାଢେ ୪ଘଣ୍ଟା ଧରି ରାମ ଜନ୍ମଭୂମିରେ ରହିବେ। ସକାଳ ୧୦ଟା ୨୫ରେ ମୋଦି ଅଯୋଧ୍ୟା ବିମାନବନ୍ଦରେ ପହଞ୍ଚିବେ । ୧୦ଟା ୫୫ ମିନିଟରେ ରାମ ଜନ୍ମଭୂମିରେ ପହଞ୍ଚିବେ । ଏବଂ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବ । ମଧ୍ୟାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା