Masthead

ବକେୟା ଟଙ୍କା ହେଲା କାଳ

ବାଲିଆପାଳ, (ବଡ଼ ଖବର ବ୍ୟୁରୋ): ଅଭାବ ଓ ସମସ୍ୟା ପ୍ରାୟ ପ୍ରତିଟି ମଣିଷର ଚିର ସହଚର । ଏହାରି ଭିତରେ ମଣିଷ ସଂଘର୍ଷ କରେ । ବଞ୍ଚେ ଓ ନୂତନ ରାହାର ସନ୍ଧାନରେ ଲାଗିପଡ଼େ । କିନ୍ତୁ ବକେୟା ରଖିଥିବା ଟଙ୍କା ପରିଶୋଧ କରିବା ପରିବର୍ତ୍ତେ ଜଣକର ଜୀବନ ନେବା ଘଟଣା ସିଂଲା ଥାନା ଅନ୍ତର୍ଗତ ସାଉଡ଼ି ଗ୍ରାମରେ ଘଟିଛି ।

ସାଉଡ଼ି ଗ୍ରାମର ବୈଦ୍ୟନାଥ ମଲ୍ଲିକଙ୍କ ପୁଅ ପ୍ରଭାକର ବସ୍ତା ଏସଡିପିଓଙ୍କୁ ଗୁରୁତର ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୪ଦିନ ତଳେ ବୈଦ୍ୟନାଥଙ୍କୁ ସାଉଡ଼ି ଗ୍ରାମର ଅକ୍ଷ ୟ ମାଝୀ, ଭରତ ମହାନ୍ତି, କାହ୍ନୁ ଚରଣ ନାୟକ, ହରେକୃଷ୍ଣ ମଲ୍ଲିକ, ପ୍ରହ୍ଲାଦ ପଟାୟତ ପ୍ରମୁଖ ଭୁଟୁଭୁଟି ରେ ମାଛ ଧରିବାକୁ ଡାକିଥିଲେ । ସେମାନଙ୍କ ସହ ମାଛ ଧରିବାକୁ ଯିବା ପୂର୍ବରୁ ଅକ୍ଷୟ ମାଝୀ ରଖିଥିବା ବୈଦ୍ୟନାଥଙ୍କ ବକେୟା ୧,୨୭୦୦୦ ହଜାର ଟଙ୍କା ମାଗିଥିଲେ । କିଛିଦିନ ପରେ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଅକ୍ଷୟ । ପରେ ସମସ୍ତେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।

୧୪ ତାରିଖ ରାତିରେ ଅନ୍ୟ ଜଣେ ମସ୍ୟଜୀବୀ ବୈଦ୍ୟନାଥଙ୍କ ଘରେ ପହଞ୍ଚି ଦୁଃଖଦ ଖବର ଦେଇଥିଲେ । ବୈଦ୍ୟନାଥ ଅସୁସ୍ଥ ଥିବା ସେ କହିଥିଲେ । ଖବର ପାଇ ପ୍ରଭାକର ଡଙ୍ଗାଘାଟରେ ପହଞ୍ଚି ଥିଲେ । ବୈଦ୍ୟନାଥ ଡଙ୍ଗା ଭିତରେ ପଡିଥିବା ତାଙ୍କ ପୁଅ ପ୍ରଭାକର ଦେଖିଲେ । ମୁଣ୍ଡ ଓ ହାତରେ ଶକ୍ତ ଆଘାତ ଲାଗିଥିବାର ଦେଖି କାରଣ ପଚାରିବାରୁ କେହି କିଛି ନକହି ଚାଲିଯାଇଥିଲେ । ଚେତାଶୂନ୍ୟ ହୋଇଯାଇଛନ୍ତି ଶୀଘ୍ର ଡାକ୍ତରଖାନା ନେଇଯାଅ ବୋଲି ସାଥୀ ମତ୍ସ୍ୟଜୀବୀମାନେ ପରାମର୍ଶ ଦେଇଥିଲେ । ବୈଦ୍ୟନାଥଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ବୈଦ୍ୟନାଥଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବକେୟା ୧,୨୭୦୦୦ ହଜାର ଟଙ୍କା ପାଇଁ କୌଣସି ଗଣ୍ଡଗୋଳ ଘଟିବା ପରେ ବୈଦ୍ୟନାଥଙ୍କୁ ମାରି ଦିଆଯାଇଥିବା ପୁଅ ପ୍ରଭାକର ବାହାବଳପୁର ମେରାଇନ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ । ମାତ୍ର ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବସ୍ତା ଏସଡିପିଓଙ୍କୁ ଶନିବାର ଅଭିଯୋଗ କରିଛନ୍ତି। ତଥାପି ସୁଫଳ ପାଇନାହାନ୍ତି ପ୍ରଭାକର । ଏବେ ନ୍ୟାୟ ଖୋଜୁଛନ୍ତି ପ୍ରଭାକର । ସେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ