Masthead

‘ପଶ୍ଚିମ ଓଡ଼ିଶାକୁ ଅଣଦେଖା କରୁଛନ୍ତି ସରକାର, ଯଦି ରାଜ୍ୟ ଭାଗ ଭାଗ ହୁଏ ତାହେଲେ ସରକାର ଦାୟୀ ହେବେ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଶ୍ଚିମ ଓଡ଼ିଶାକୁ ଅବହେଳା କରାଯାଉଥିବା କଥା ଉଠାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସବୁବେଳେ ସବୁ କ୍ଷେତ୍ରରେ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି ଯଦି ରାଜ୍ୟ ଭାଗ ଭାଗ ହୁଏ ତାହେଲେ ସରକାର ଦାୟୀ ହେବେ ବୋଲି କହିଛନ୍ତି ନରସିଂହ । ସେ କହିଛନ୍ତି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି, ଟଙ୍କା ମଞ୍ଜୁର ହୋଇଥିଲେ ବି ରିଲିଜ କରାଯାଉନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ସିନେମା, କଳା, ନିଯୁକ୍ତି, ରୋଜଗାର ଆଦି କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ଯଦି ସରକାର ପଶ୍ଚିମ ଓଡ଼ିଶାର ବିକାଶ ନକରନ୍ତି ତେବେ ରାଜ୍ୟ ଭାଗ ହୋଇ ଦୁଇଟା ରାଜ୍ୟ ହେବ । ଏଥିପାଇଁ ସରକାର ଦାୟୀ ରହିବେ ।

ଛତିଶଗଡର ଉଦାହରଣ ଦେଇ ନରସିଂହ କହିଛନ୍ତି, ମଧ୍ୟପ୍ରଦେଶ ଯେତେବେଳେ ବିଭାଜିତ ହୋଇନଥିଲା, ସେତେବେଳେ ରାଇପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ଗଠନ ପାଇଁ ଦାବି ହେଉଥିଲା । କିନ୍ତୁ ମଧ୍ୟପ୍ରଦେଶ ସରକାର ଏହାକୁ ଅଣଦେଖା କରିବାକୁ ଛତିଶଗଡ଼ ବିଭାଜନ ହୋଇଥିଲା । ପଶ୍ଚିମ ଓଡ଼ିଶାର ଦାବିକୁ ଅଣଦେଖା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି କହିଛନ୍ତି ନରସିଂହ । ସେପଟେ ୧୮ ତାରିଖରେ ହେବାକୁ ଥିବା ପଶ୍ଚିମ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିବା ସହ ଏହାକୁ ସଫଳ କରିବାକୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ