Masthead

ଇସ୍ରୋର ଫ୍ୟୁଚର ପ୍ଲାନ ସୂର୍ଯ୍ୟ ମିଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆକାଶରେ ସୂର୍ଯ୍ୟ ଅସ୍ତ ଗଲେ, ଆଉ ସେପଟେ ଚନ୍ଦ୍ରପୃଷ୍ଠରେ ବିଜୟର ତ୍ରିରଙ୍ଗା ଉଡାଇଛି ଭାରତ । ଅପେକ୍ଷାର ଘଟିଲା ଅନ୍ତ । ଜହ୍ନରେ ଭାରତ, ସାରା ଦେଶ ଉତ୍ସାହିତ । ଇତିହାସ ରଚିଲା ହିନ୍ଦୁସ୍ତାନ । ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କଲା ଚନ୍ଦ୍ରୟାନ-୩ । ସାରା ଦେଶରେ ଖୁସିର ମାହୋଲ । ଚନ୍ଦ୍ରର ଦକ୍ଷିଣ ପୋଲରେ ଏକ ମହାକାଶଯାନକୁ ସଫଳତାର ସହ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି। ଏବେ ସମସ୍ତଙ୍କର ନଜର ଇସ୍ରୋର ଆଗାମୀ ମିଶନ୍ ଉପରେ । ସଫଳ ଚନ୍ଦ୍ରଯାନ ମିଶନ ପରେ ଇସ୍ରୋ କେଉଁ ମିଶନ୍ ଆରମ୍ଭ କରିବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଆଗାମୀ ଦିନରେ ଇସ୍ରୋର ଗଗନାୟନ ମିଶନ୍ ଏବଂ ସୂର୍ଯ୍ୟ ମିଶନ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୋମନାଥ କହିଛନ୍ତି ସେପ୍ଟେମ୍ବର ମାସରେ ସୂର୍ଯ୍ୟ ମିଶନ୍ ଲଞ୍ଚ କରିବ ଇସ୍ରୋ । ଏହି ମିଶନର ନାଁ ଆଦିତ୍ୟ-ଏଲ୧ ରଖାଯାଇଛି । ଇସ୍ରୋର ସୂଚନା ମୁତାବକ, ଅନ୍ତରୀକ୍ଷ ଯାନକୁ ପୃଥିବୀଠାରୁ ୧.୫ ମିଲିୟନ୍ ଦୂରରେ ରଖାଯିବ । ଯେଉଁଥିପାଇଁ ମୋଟ ୩୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ନାସା ସହ ମିଶି ଇସ୍ରୋ ଆର୍ଥ ଅବଜର୍ଭସେନ୍ ସାଟେଲାଇଟ୍ ସ୍ଥାପନା କରିବ । ଯାହାକି ଆଗାମୀ ବର୍ଷ ଲଞ୍ଚ ହେଇପାରେ । ଏହି ସାଟେଲାଇଟର ନାମ ଏନଆଇଏସଏଆର ରଖାଯାଇଛି । ଯାହାକୁ କି ନାସା ଏବଂ ଇସ୍ରୋ ମିଶି କରି ତିଆରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି