Masthead

୧୦ ବର୍ଷ ପୂର୍ବେ ସମାନ ଘଟଣା ଦୋହରାଇଛି ପ୍ରକୃତି

ଡେରାଡୁନ (ବଡ଼ ଖବର ବ୍ୟୁରୋ): ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ । ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି ହୋଇଛି । ମଙ୍ଗଳବାର ଆଉ ୨୧ ଜଣଙ୍କ ମୃତ୍ୟୁକୁ ମିଶାଇ ସଂଖ୍ୟା ୯୧କୁ ବୃଦ୍ଧି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ସ୍ଥିତି ଦେଖାଦେଇଛି । କେବଳ ହିମାଚଳରେ ବର୍ଷା ଯୋଗୁଁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଇତିମଧ୍ୟରେ ଆଇଏମ୍ଡି ଆକଳନ ଅନୁଯାୟୀ ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି ହୋଇଛି।

ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳପ୍ରଦେଶ, ଆସାମ ଏବଂ ମେଘାଳୟରେ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆଜି ବନ୍ୟା ପ୍ରବଣ ଅଞ୍ଚଳ କୁଲ୍ଲୁ, ମଣ୍ଡି ଏବଂ ଲାହଲ ସ୍ପିଟି ଜିଲ୍ଲାରେ ଏରିଏଲ୍ ସର୍ଭେ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ୬ ହେଲିକପ୍ଟର ମୁତୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହିମାଚଳର ସୋଲନ, ସିମଲା, ସିରମୌର, କୁଲ୍ଲୁ, ମଣ୍ଡି, ଲାହୌଲରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି ଉନା, ହମିରପୁର, କାଙ୍ଗ୍ରା ଏବଂ ଚାମ୍ବାରେ ଅରେଂଜ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହିମାଚଳରେ ୧୨ ପ୍ରମୁଖ ବ୍ରିଜ୍ ଭାଙ୍ଗି ଯାଇଥିବା ବେଳେ ୧୨୦୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ରହିଛି।

୧୦ ବର୍ଷ ପୂର୍ବେ ୨୦୧୩ ଜୁନ ୧୫-୧୭ରେ କେଦାରନାଥରେ ହୋଇଥିବା ଘଟଣା ସହିତ ଏହା ସମାନ ହୋଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରବାହିତ ନଦୀ ସବୁ ବୋହି ନେଇଯାଉଛି। କିନ୍ତୁ ଏହି ବନ୍ୟା ପରିସ୍ଥିତି ମଧ୍ୟରେ ମଧ୍ୟରେ ୨୦୨୩ରେ ହିମାଚଳ ପ୍ରଦେଶରେ ଥିବା ୩୦୦ ବର୍ଷ ପୁରୁଣା ପଞ୍ଚବକ୍ତ୍ର ଶିବ ମନ୍ଦିର ସୁରକ୍ଷିତ ଭାବେ ଛିଡା ହୋଇଛି। ଏହି ମନ୍ଦିରର ଭିଡ଼ିଓ ଲୋକମାନଙ୍କୁ ୨୦୧୩ର କେଦାରନାଥ ବିପର୍ୟ୍ୟୟ ବିଷୟରେ ମନେ ପକାଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ