Masthead

ସିଦ୍ଧୁଙ୍କ ପାଇଁ ବିଜେପି କରୁଛି ମାଷ୍ଟରପ୍ଲାନ!

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ଭିତରେ ନବଜୋତ ସିଦ୍ଧୁଙ୍କ ପାଇଁ ବିଜେପି ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । କଳ୍ପନାଜଳ୍ପନା ଚାଲିଛି ଯେ ନବଜୋତ ସିଦ୍ଧୁ ପୁଣି ଥରେ କଂଗ୍ରେସ ଛାଡି ବିଜେପିକୁ ଫେରିବେ। ପଞ୍ଜାବର ବିଜେପି ଅଧିକାରୀ ସୋମଦେବ ଶର୍ମା କହିଛନ୍ତି ସିଦ୍ଧୁ କଂଗ୍ରେସ ଛାଡି ବିଜେପିରେ ଯୋଗଦେବାର ସୂଚନା ରହିଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ସିଦ୍ଧୁ ଦୀର୍ଘ ଦିନ ଧରି କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନବଜୋତ ସିଦ୍ଧୁ କହିଛନ୍ତି କଂଗ୍ରେସ ତାଙ୍କୁ ଅଣଦେଖା କରୁଛି। ପଞ୍ଜାବରେ କଂଗ୍ରେସ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦ ଦେଇନାହିଁ। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ପଞ୍ଜାବର ଅମୃତସର ଲୋକସଭା ନିର୍ବାଚନମଣ୍ଡଳୀ ହେଉଛି ବିଜେପିର ଗଡ଼। ଅମୃତସର ଲୋକଙ୍କ ଉପରେ ସିଦ୍ଧୁଙ୍କର ମଧ୍ୟ ଭଲ ପ୍ରଭାବ ରହିଛି। ଏଭଳି ପରିସ୍ଥିତିରେ ଯଦି ବିଜେପି ସିଦ୍ଧୁଙ୍କୁ ଅମୃତସରରୁ ଲୋକସଭା ନିର୍ବାଚନ ପ୍ରାର୍ଥୀ କରେ ତେବେ ସେ ନିର୍ବାଚନରେ ଜିତିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ