Masthead

୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ କିତୁଂ ଗ୍ରାମରେ ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା ମାମଲାରେ ୯ଜଣଙ୍କୁ ପୁନର୍ବିଚାର ଦୋଷୀ ସାବ୍ୟାସ୍ତ କରିଛନ୍ତି ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ । ପୁନର୍ବିଚାର ପରେ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ରାୟକୁ କାଏମ ରଖି ଅଭିଯୁକ୍ତ ୯ ଜଣଙ୍କ ଫାଶୀ ଦଣ୍ଡା ଦେବାକୁ ନିଜର ରାୟ ଶୁଣାଇଛନ୍ତି। ଏଥିପୂର୍ବରୁ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ୯ଜଣଙ୍କୁ ଫାସି ଦଣ୍ଡାଦେଶ ଦେଇଥିଲେ।

ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ୯ଜଣ ଜେଲରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ପୁନରବିଚାର କରିବା ପାଇଁ ପ୍ରଥମେ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁଣପୁର କୋର୍ଟ ମାମଲାଟିକୁ ରାୟଗଡ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ମାମଲା ସ୍ଥାନାନ୍ତର ହେବାପରେ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ମାମଲାର ବିଚାରଣା କରିବା ପରେ ସମସ୍ତ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗତ ସେପ୍ଟେମ୍ବର ୯ ତାରିଖ ୨୦୧୬ ମସିହାରେ କିତୁଂ ଗ୍ରାମର ଗୋଟିଏ ପରିବାରର ବାପା, ମା ଓ ଝିଅଙ୍କୁ ଗୁଣିଗାରେଡି ସନ୍ଦେହରେ ପ୍ରଥମ ନିସ୍ତୁକ ମାଡ ପରେ କୀଟନାଶକ ଇଞ୍ଜେକସନ ଦେଇଥିଲେ । ଅଚେତ ଅବସ୍ଥାରେ ଗାତଖୋଳି ପୋତିଦେଇଥିଲେ । ପରେ ପୁଲିସ ହାତରେ ଧରାପଡିଯିବା ଭୟରେ ଗାତଭିତରୁ ବାହାର କରି ପୁଣି କିରୋସିନ ଢାଳି ପୋଡିଦେଇଥଲେ। ଏହି ଜଘନ୍ୟ ହତ୍ୟା ମାମଲାରେ ପୁଟାସିଂ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଥିଲା । ଏହି ମାମଲାର ବିଚାରଣା କରି ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୨୦୧୮ ମସିହା ଏପ୍ରିଲ ୧୩ତାରିଖରେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ଦଣ୍ଡାଦଶ ପାଇଥିବା ୯ଜଣ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି