Masthead

ମୁଖ୍ୟମନ୍ତ୍ରୀ ଭାବେ ସନ୍ଧ୍ୟାରେ ଶପଥ ନେବେ ନୀତୀଶ କୁମାର

ବିହାର (ବଡ଼ ଖବର ବ୍ୟୁରୋ): ବିହାର ରାଜନୀତି ଉପରେ ଏବେ ସାରା ଦେଶର ନଜର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାର ଇସ୍ତଫା ଦେଇସାରିଛନ୍ତି। ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ତାଙ୍କ ସହ ଶପଥ ନେବେ ୯ ମନ୍ତ୍ରୀ । JDU ଓ ବିଜେପିରୁ ୩ ଜଣ ଲେଖାଏଁ ଶପଥ ନେବେ । HAMରୁ ଜଣେ ଓ ଜଣେ ସ୍ବାଧୀନ ବିଧାୟକ ନେବେ ଶପଥ । ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ ଶପଥ ନେବେ । ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂ ମନ୍ତ୍ରୀ ଭାବେ ଶପଥ ନେବେ । ବିଜୟ ସିହ୍ନା ଏବଂ ପଛୁଆ ଜାତିର ସମ୍ରାଟ ଚୌଧୁରୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିବା ବେଳେ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ନିର୍ବାଚିତ କରାଯାଇଥିବା ସୂଚନା ମିଳିଛି।

ସମ୍ରାଟ ଚୌଧୁରୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ‘ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ, ସରକାରରେ କାମ କରିବା ପାଇଁ ବିଧାନସଭା ଦଳର ନେତା ଭାବରେ ମୋତେ ଚୟନ କରାଯାଇଛି। ଯେତେବେଳେ ବିହାରର ବିକାଶ ତଥା ଲାଲୁ ପ୍ରସାଦଙ୍କ ଆତଙ୍କକୁ ଦୂର କରିବା ପାଇଁ ନୀତୀଶ ଜୀଙ୍କ ପ୍ରସ୍ତାବ ପାଇଥିଲୁ, ସେତେବେଳେ ଆମେ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲୁ।’ ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ରାଜନୈତିକ ସମୀକରଣ ବଦଳିଯାଇଛି। ବର୍ତ୍ତମାନ ଜେଡିୟୁ, ହମ ଏବଂ ବିଜେପି ସହିତ ମିଶି ଏକ ନୂଆ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି