Masthead

ବିକାଶ ନାହିଁ ତ ଭୋଟ ନାହିଁ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ବିକାଶ ନାହିଁ ତ ଭୋଟ ନାହିଁ । ପାଞ୍ଚ ବର୍ଷ ମଧ୍ୟରେ କୌଣସି ବିକାଶ କରି ପାରିଲ ନାହିଁ ଏବେ ଆସିଛ କେଉଁଥି ପାଇଁ । ଏପରି କିଛି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ନାଉଗାଁ ବ୍ଲକ ରୋହିଆ ପଞ୍ଚାୟତବାସୀ । ତେବେ ଗତ ସାଧାରଣ ନିର୍ବାଚନ ରେ ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିକୁ ଭୋଟ ଦେଉଥିଲୁ କିନ୍ତୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଦେଇଥିବା ପ୍ରତିଶ୍ରୁତି, ଯେପରି କି ଗ୍ରାମସ୍ମଶାନ, ରାସ୍ତା, ନିଜ ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନ, ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ପ୍ରଦାନ ଏପରି ଅନେକ ପ୍ରତିଶ୍ରୁତିକୁ ପୂରା କରିପାରି ନାହାନ୍ତି ବିଧାୟକ ଶ୍ରୀ ମୁଦୁଲି ।

ଯାହା ଫଳରେ ପଞ୍ଚାୟତର ବରିଷ୍ଠ ବ୍ୟକ୍ତିତ୍ୱ ଓ ଯୁବକମାନେ ଏକତ୍ରିତ ହୋଇ ଆଉ ବିଜୁ ଜନତା ଦଳର ବିଧାୟକ ପାର୍ଥୀ ଶ୍ରୀ ମୁଦୁଲିଙ୍କୁ ଭୋଟ ନଦେଇ ନିଜ ନିର୍ବାଚନମଣ୍ଡଳି ନୂତନ ଯୁବ ନେତୃତ୍ୱ ଭାରତୀୟ ଜନତା ଦଳର ପ୍ରାର୍ଥୀ ଅମେନ୍ଦ୍ର ଦାସଙ୍କ ହାତ ମୁଠା ଟାଣ କରି ବିଧାୟକ ଭାବେ ତାଙ୍କୁ ନିର୍ବାଚିତ କରିବା ପାଇଁ ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ । ଅନ୍ୟପଟେ ଜଗତସିଂହପୁର ନିର୍ବାଚନମଣ୍ଡଳିରେ ଅମେନ୍ଦ୍ର ଦାସ ବିଜେପିରୁ ଦଳୟ ଟିକେଟ ପାଇବା ପରେ ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବା ସହିତ ବିଜେଡି ବିଧାୟକ ପାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ଭାରି ପଡୁଥିବାର ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ