Masthead

ଓଡ଼ିଶାର ମୋଦିଙ୍କ ମନ୍ତ୍ରୀ ପଦ ଗଲା, ଥରୁଟିଏ ପଚାରିଲେନି ଅସଲ ମୋଦି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଓଡ଼ିଶାର ମୋଦି । କିନ୍ତୁ ଯେତେବେଳେ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା ଥରୁଟିଏ ବି ପଚାରିଲେନି ଅସଲ ମୋଦି । ମନ୍ତ୍ରୀ ପଦ ଯିବା ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ବଡ଼ ଖବରକୁ ଏକ୍ସକ୍ଲ୍ୟୁସିଭ ସାକ୍ଷାତ ଦେଇ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି ମନର କଥା । ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରତାପ ଷଡ଼ଙ୍ଗୀ ଖୋଲିଛନ୍ତି ମନ୍ତ୍ରୀ ପଦ ଯିବା ପୂର୍ବର ପୁରା କାହାଣୀ । ପ୍ରତାପ କହିଛନ୍ତି ମନ୍ତ୍ରୀ ପଦ ଯିବା ପୂର୍ବରୁ ତାଙ୍କ ସହ କଥା ହୋଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ କହିଥିଲେ ଆପଣଙ୍କୁ ମନ୍ତ୍ରୀ ପଦ ଛାଡ଼ି ଏଣିକି ସଂଗଠନ ପାଇଁ କାମ କରିବାକୁ ପଡ଼ିବ । ଏଥିରେ ପ୍ରତାପଙ୍କ ଉତ୍ତର ଥିଲା ମୁଁ ଆନନ୍ଦିତ ମୋ ମନରେ କୌଣସି କଷ୍ଟ ନାହିଁ ।

ତେବେ ପ୍ରତାପଙ୍କୁ ପଚରାଯାଇଥିଲା, ଆପଣଙ୍କ ମନ୍ତ୍ରୀପଦ ଯିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି କି? ଆଉ ପ୍ରତାପଙ୍କ ଉତ୍ତର ଥିଲା ନାହିଁ, ପ୍ରଧାନମନ୍ତ୍ରୀ ମୋ ସହ କଥା ହୋଇନାହାନ୍ତି । ଆଉ ଏକଥା ବି ସେ କହିଥିଲେ ଯେ, ନଡ୍ଡା କଥା ହେବା ଯାହା, ପ୍ରଧାନମନ୍ତ୍ରୀ କଥା ହେବା ତାହା । ବଡ଼ ଖବର ସହିତ ଏକ୍ସକ୍ଲ୍ୟୁସିଭ ସାକ୍ଷାତକାରରେ ପ୍ରତାପ ଷଡ଼ଙ୍ଗୀ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଯାହାର ସମ୍ପୂର୍ଣ୍ଣ ପ୍ରସାରଣ ବଡ଼ ଖବରରେ ଲଗାତାର ଭାବେ କରାଯାଉଛି । ଆପଣ ବଡ଼ ଖବର ଦେଖିଲେ ପ୍ରତାପଙ୍କ ପୂରା ମନର କଥା ଜାଣିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି