Masthead

ହାତରେ ମାତ୍ର ୭୦ ଦିନ, ବିଧାୟକ ନ ହେଲେ ଯିବ ମୁଖ୍ୟମନ୍ତ୍ରୀ ପଦ

କୋଲକାତା(ବଡ଼ ଖବର ବ୍ୟୁରୋ): ହାତରେ ମାତ୍ର ୭୦ ଦିନ । ବିଧାୟକ ନ ହେଲେ ଯିବ ମୁଖ୍ୟମନ୍ତ୍ରୀ ପଦ । ଏପଟେ କରୋନା ସ୍ଥିତିକୁ ନଜରରେ ରଖି ଉପନିର୍ବାଚନ ପାଇଁ କୌଣସି ନିଷ୍ପତ୍ତି ନେଉନାହାନ୍ତି ନିର୍ବାଚନ କମିଶନ । ସତ୍ତାକୁ ନେଇ ଚିନ୍ତାରେ ଏବେ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଧାୟକ ହୋଇ ବିଧାନସଭାକୁ ନିର୍ବାଚିତ ହୋଇ ନଗଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ । ଯେଉଁ କାରଣରୁ ବାରମ୍ବାର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଉଛନ୍ତି ତୃଣମୂଳ କଂଗ୍ରେସର ନେତା, ମନ୍ତ୍ରୀ । ଏହାଛଡ଼ା ନିଜେ ମମତା ମଧ୍ୟ ନିର୍ବାଚନ କମିଶନଙ୍କୁ ତୁରନ୍ତ ନିର୍ବାଚନ କରିବାକୁ ଦାବି କରୁଛନ୍ତି । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ତେଣୁ ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ନକରାଯାଉ ବୋଲି କହିଛନ୍ତି ମମତା ବାନାର୍ଜୀ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ଆଗରୁ ମମତାଙ୍କ ଡାହାଣ ହାତ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିବା ପରେ ଏହି ଲଢ଼େଇ ଅଧିକ ବଢ଼ିଥିଲା । ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ଚ୍ୟାଲେଞ୍ଜ ଦେଇ ନନ୍ଦିଗ୍ରାମରୁ ଲଢ଼ିବାକୁ କହିଥିଲେ । ମମତା ମଧ୍ୟ ନନ୍ଦିଗ୍ରାମରୁ ଲଢ଼େଇ ଜୋରଦାର କରିଥିଲେ । ଦୁଇ ହେଭିୱେଟ ନେତାଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ତେବେ ନନ୍ଦିଗ୍ରାମରୁ ମମତା ବାନାର୍ଜୀଙ୍କ ପରାଜୟ ହୋଇଥିଲା ।

ପରାଜୟ ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ ଦିଦି । କିନ୍ତୁ ବିଧାନସଭାକୁ ନିର୍ବାଚିତ ହୋଇନଥିବା କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇଯିବା ଦରକାର । ନହେଲେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ । ମମତା ବାନାର୍ଜୀଙ୍କ ୬ ମାସ ପୂରିବାକୁ ଆଉ ୭୦ ଦିନ । ଯଦି ଉପନିର୍ବାଚନ ନହୁଏ ତେବେ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ । ତେଣୁ ଏବେ ଉପ-ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ଚାପ ପକାଉଛନ୍ତି ଦିଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା