Masthead

କଅଁଳ ବୟସରେ ଯନ୍ତ୍ରଣା

ପାରାଦୀପ(ବଡ଼ ଖବର ବ୍ୟୁରୋ):  କଅଁଳ ବୟସରେ ଯନ୍ତ୍ରଣା । ପ୍ରିୟଙ୍କା ମାଇତି , ବୟସ ୭,ତାଙ୍କ ସାନଭାଇ ସାଇ ମାଇତି , ବୟସ ୪ । ଦୁହେଁ ଜନ୍ମର କିଛି ମାସ ପରେ ବିକଳାଙ୍ଗ। କେବଳ ବିଛଣା ଆଉ ବାପା ମାଙ୍କ କୋଳରେ କଟୁଛି ଏମାନଙ୍କ ଶୈଶବ। ନା ଭଲ ଭାବେ କଥା କହି ପାରୁଛନ୍ତି ନା ନିଜ ହାତରେ ଖାଇ ପାରୁଛନ୍ତି। ବୟସ ବଢିବା ସଙ୍ଗେ ସଙ୍ଗେ ସତେ ଯେମିତି ଏମାନେ ବାପା ମାଙ୍କ ପାଇଁ ବୋଝ ପାଲଟିବାକୁ ବସିଲେଣି। ପାରାଦୀପ ନିକଟସ୍ଥ ନୂଆଗଡ ପଞ୍ଚାୟତ ଭିମାନାସୀ ଗାଁର ଏକ ଛୋଟ କୁଡିଆ ଘରେ ରୁହନ୍ତି ଶଙ୍କର ଆଉ ତାପସି ମାଇତି। ମୂଲ ଲାଗିଲେ ଏମାନଙ୍କର ଚୁଲି ଜଳେ । ତଥାପି ପିଲାମାନଙ୍କର ଚିକିତ୍ସାରେ ସେମାନେ ଅବହେଳା କରିନାହାନ୍ତି ।

ଡାକ୍ତର ପରାମର୍ଶ ଦେଇଛନ୍ତି ଉନ୍ନତ ଚିକିତ୍ସା ହେଲେ କିଛି ମାତ୍ରାରେ ଲାଘବ ହେଇ ପାରନ୍ତା ଏମାନଙ୍କ ଦୁଃଖ। ସରକାର, ସ୍ଥାନୀୟ ପ୍ରଶାସନ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚôପାରୁ ନାହିଁ ଏଇ ପରିବାରର ଦୁଃଖ କାହାଣୀ । ସାଇ ଆଉ ପ୍ରିୟଙ୍କାଙ୍କ ନିରୀହ ଆଖିରେ ଅସରନ୍ତି ସ୍ଵପ୍ନ । ମାତ୍ର ଜୀବନ ଯନ୍ତ୍ରଣାରେ ଛଟପଟ ସେମାନେ ପ୍ରତିକ୍ଷଣରେ ହେଉଛନ୍ତି ଛଟପଟ । ଯଦି ସରକାରୀ କିମ୍ବା ବେସରକାରୀ ସଂସ୍ଥା ଏମାନଙ୍କୁ ସାହାଯ୍ୟର ହାତ ବଢାନ୍ତେ ଏମାନଙ୍କ ମୁହଁରେ ହସ ଫୁଟି ପାରନ୍ତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ