Masthead

ଭାରତର ଚନ୍ଦ୍ରୟାନ ପାଇଁ ପାକିସ୍ତାନର ପ୍ରାର୍ଥନା

ପାକିସ୍ତାନ  (ବଡ଼ ଖବର ବ୍ୟୁରୋ): ପାକିସ୍ତାନୀଙ୍କ ମୁହଁରେ ଚନ୍ଦ୍ରୟାନ-୩କୁ ନେଇ ଚର୍ଚ୍ଚା । ସଫଳତାର ଦୁଆ ମାଗିଲେ ପାକିସ୍ତାନୀ ଜନତା । କହିଲେ ଆଲ୍ହା ଭାରତର ଚନ୍ଦ୍ରମିଶନକୁ ସଫଳତା ଦିଅନ୍ତୁ । ଉଚ୍ଚାଭିଳାଷୀ ପ୍ରୋଜେକ୍ଟକୁ ସକ୍ସସେସ ମିଳୁ । ଯେଉଁଠି ଚନ୍ଦ୍ରଯାନକୁ ନେଇ ସାରା ଦେଶରେ ଉସôାହ ଦେଖିବାକୁ ମିଳୁଛି, ସେଠି ଦେଶ ବାହାରେ ତଥା ପଡୋଶୀ ପାକିସ୍ତାନରେ ମଧ୍ୟ ଏନେଇ ଦେଖା ଦେଇଛି ଭାଇଚାରାର ପ୍ରତିଛବି । ଭାରତର ମୁନ ମିଶନ ଚନ୍ଦ୍ରୟାନ-୩ ପାଇଁ ସଫଳ କାମନା କରୁଛି ଦେଶ । ଏହାରି ଭିତରେ ପାକିସ୍ତାନରେ ଲୋକ ଏହାକୁ କିଭଳି ଦେଖୁଛନ୍ତି, ସେ ନେଇ ପାକିସ୍ତାନୀ ୟୁ୍ୟଟୁ୍ୟବର ସୋଏବ ଚୌଧୁରୀ ଲୋକଙ୍କୁ ପଚାରି ବୁଝିଥିଲେ । ଲୋକେ ଭାରତର ଏହି ବିଜୟ ଯାତ୍ରାରେ ସାମିଲ ହେବା ପାଇଁ ଆଗ୍ରହ ଥିବା ନଜର ଆସୁଥିଲେ । ଏହା ସହ ସେମାନେ ନିଜ ଦେଶର ଅସାମର୍ଥତାକୁ ଦର୍ଶାଇ ଦୁଃଖ ପ୍ରକାଶ କରିଥିଲେ ।

ତେବେ ସମଗ୍ର ଦେଶ ଟେକ୍ନୋଲୋଜିରେ ଆଗକୁ ବଢୁଛି । ନୂଆ ନୂଆ ଇତିହାସ ରଚୁଛି । ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇବାର ଦିନରେ ଭାରତକୁ ପ୍ରଂଶସା କରିଛି ପଡୋଶୀ ପାକିସ୍ତାନ । ସେପଟେ ଋଷର ଲୁନା -୨୫ ଚନ୍ଦ୍ର ମିଶନ ବିଫଳ ହେବା ପରେ ବର୍ତ୍ତମାନ ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରୟାନ -୩ ଅବତରଣ ଉପରେ ନଜର ରଖିଛି। ଇସ୍ରୋ କହିଛି ଯେ ୨୩ ଅଗଷ୍ଟ ଶୁକ୍ରବାର ଦିନ ଭାରତର ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିବ। ବର୍ତ୍ତମାନ, ଚନ୍ଦ୍ରୟାନ -୩ ର ଲ୍ୟାଣ୍ଡର୍ ଚନ୍ଦ୍ର ପୃଷ୍ଠରୁ ୨୫ କିଲୋମିଟର ଦୂରରେ ଅଛି । ପାକିସ୍ତାନୀ ନିଜ ଦେଶକୁ ସମାଲୋଚନା କରୁଥିବା ଦେଖାଯାଇଥିଲା। ଆମେ କେବଳ ଅନ୍ୟ ଦେଶର ବିଫଳତାକୁ ଆଙ୍ଗୁଠି ଦେଖାଉ, କିନ୍ତୁ ନିଜେ କିଛି କରୁନାହୁଁ । ଅନ୍ୟ ଦେଶର ଲୋକମାନେ ଆମକୁ ହସନ୍ତି । ସେମାନେ ଜାଣନ୍ତି ଯେ ଆମେ କିଛି କରିପାରିବୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ