Masthead

ଗ୍ରୀଷ୍ମ ଆରମ୍ଭରୁ ଶୁଖିଗଲାଣି ମହେନ୍ଦ୍ରତନୟା ନଦୀ, ଚିନ୍ତାରେ ଅଞ୍ଚଳବାସୀ

ପାରଳାଖେମୁଣ୍ଡି(ବଡ଼ ଖବର ବ୍ୟୁରୋ): ଗ୍ରୀଷ୍ମ ଋତୁ ଆରମ୍ଭରୁ ଶୁଖିଗଲାଣି ଚିରସ୍ରୋତା ମହେନ୍ଦ୍ରତନୟା । ପାଣି ପାଇଁ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବାସିନ୍ଦା । ଦିନ ବଢୁବଢୁ ୩୮ଡିଗ୍ରୀ ତାପମାତ୍ରା ପାର ହେଉଛି । ପାନୀୟ ଜଳ କଷ୍ଟ ସାଙ୍ଗକୁ ପନିପରିବା ଚାଷୀଙ୍କୁ ମଧ୍ୟ ଦାଉ ସାଜୁଛି ଖରା । ପାରଳାଖେମୁଣ୍ଡିର ଲାଇଫ ଲାଇନ କୁହାଯାଉଥିବା ମହେନ୍ଦ୍ରତନୟା ନଦୀ ଶୁଖିଲା ଭୂଇଁ ସାଜିଛି । ମହେନ୍ଦ୍ରଗିରିରୁ ପ୍ରବାହୀତ ହେଉଥିବା ଏହି ନଦୀ ବର୍ଷ ବର୍ଷ ଧରି ରାୟଗଡ, ଗୋଷାଣୀ ବ୍ଲକ ସମେତ ପାରଳାଖେମୁଣ୍ଡି ପୌରଞ୍ଚଳର ତୃଷ୍ଣା ମେଣ୍ଟାଇବା ସହ ଚାଷ ପାଇଁ ସହାୟକ ହେଉଛି । ଦୀର୍ଘ ୯୦ କିଲୋମିଟର ପ୍ରଭାହୀତ ହେଉଥିବା ଏହି ନଦୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ବହୁ ଅଞ୍ଚଳରେ ପ୍ରବାହୀତ ହୋଇ ବାରୁଆ ଠାରେ ସମୁଦ୍ରରେ ଲିନ ହେଉଛି । ତେବେ ଚଳିତ ବର୍ଷ କିନ୍ତୁ ପ୍ରଶାସନର ଚରମ ଅବହେଳା ଯୋଗୁଁ ପାରଳାଖେମୁଣ୍ଡି ପହଞ୍ଚୁ ପହଞ୍ଚୁ ନଦୀ ଶୁଖିଯାଇଛି ।

ପ୍ରତ୍ୟେକ ବର୍ଷ ଆଡିବନ୍ଧ କରାଯାଇ ପାଣିକୁ ରୋକାଯାଉଥିଲା କିନ୍ତୁ ଚଳିତ ବର୍ଷ ତାହା ନହେବାରୁ ନଦୀକୂଳରେ ଥିବା ଶ୍ମସାନ ଘାଟରେ ସ୍ନାନ ପାଇଁ ପାଣି ମଧ୍ୟ ନାହିଁ । ପାରଳାଖେମୁଣ୍ଡି ଆଖ ପାଖରେ ଥିବା ଜମିଗୁଡିକ ଫାଟି ଆଁ କଲାଣି । ଅନ୍ୟ ପକ୍ଷରେ ସହର ଉପକଣ୍ଠରେ ଚାଷ ଜମିରେ ଜଳସେଚନ ପାଇଁ ନିର୍ଭର କରୁଥିବା ରାମ ସାଗର ମଧ୍ୟ ମରାମତି କାର୍ଯ୍ୟ ନିମନ୍ତେ ଶୁଖାଇ ଦିଆଯାଇଛି ଫଳରେ ଚଳିତ ବର୍ଷ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଏପ୍ରକାର ଥୟ । ସେପଟେ ଜଳ ସେଚନ ବିଭାଗ କିନ୍ତୁ ନିଘୋଡ଼ ନିଦ୍ରାରେ । ବଡ ବଡ ଅଟ୍ଟାଳିକା ନିର୍ମାଣରେ କାର୍ୟ୍ୟାଳୟ ଚକାଚକ କରି ଏସି ରୁମ ଭିତରେ ବସି କାର୍ୟ୍ୟ ସାରି ଦେଉଛନ୍ତି ଅଧିକାରୀ । ଜଳସେଚନ ସମସ୍ୟାର ସମାଧାନ କରିବା ତ ଦୂରର ଚାଷୀଙ୍କ କଥା ସମସ୍ୟା ସଂପର୍କରେ ଅବଗତ ପାଇଁ ବାବୁଙ୍କ ପାଖରେ ସମୟ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା